ଶୈବ ପୀଠ ବାବା ବରୁଣେସ୍ୱର ଚଳଚଞ୍ଚଳ – ଆଜିର ପ୍ରଥମ ଦିନରେ 20 ହଜାର ଭକ୍ତ ଓ ଶ୍ରଦ୍ଧାଳୁ ସମାଗମ

ଶୈବ ପୀଠ ବାବା ବରୁଣେସ୍ୱର ଚଳଚଞ୍ଚଳ – ଆଜିର ପ୍ରଥମ ଦିନରେ 20 ହଜାର ଭକ୍ତ ଓ ଶ୍ରଦ୍ଧାଳୁ ସମାଗମ

ବିଂଝାରପୁର/ ତା 14.01.2023

ଓଡ଼ିଶା ମାଟି ପବିତ୍ର ମାଟି ।ଏଠାରେ ପୁଣ୍ୟତୋୟା ବୈତରଣୀ,ଖରସ୍ରୋତା, କୁଶ ଭଦ୍ରା ପ୍ରଭାବିତ ।ହିନ୍ଦୁ ସନାତନ ଧର୍ମର ବାର୍ତ୍ତା ବହ ଏହି ଓଡ଼ିଶା ।ଧର୍ମ ଧାରାରେ ପ୍ରବାହ ମାନ ଉତ୍କଳୀୟ ସଂସ୍କୃତି ।ବାରମାସରେ ତେର ପର୍ବ ପାଳିତ ହୁଏ ଏଠି, ସେଇଥି ପାଇଁ କୁହାଯାଏ ଓଡ଼ିଶାକୁ ପାର୍ବଣ ର ଦେଶ ।ଶୈବ ପୀଠ, ଶାକ୍ତ ପୀଠ ଆଦ୍ୟକାଳରୁ ବିରାଜ ମାନ
ଏଠାରେ ।
ଯାଜପୁର ଜିଲ୍ଲା ର ବିରଜା କ୍ଷେତ୍ର ଠାରୁ 12କିଲୋମିଟର ଦୂର ବିଂଝାରପୁର ବ୍ଲକ ଅନ୍ତର୍ଗତ ଅରେଇ ପଞ୍ଚାୟତ । ଏଠାରେ ଅବସ୍ଥିତ ବାବା ବରୁଣେସ୍ୱରଙ୍କ ମନ୍ଦିର ।କାହିଁ ଅନାଦି ଅନନ୍ତ କାଳରୁ ପୂଜା ପାଉଛନ୍ତି ଏହି ଶିବ ଲିଙ୍ଗ । ବରୁଣ ବୃକ୍ଷ ମୂଳରେ ଅବସ୍ଥାନ କରୁଥିବାରୁ ବାରୁନେଶ୍ୱର ନାମରେ ପ୍ରସିଦ୍ଧ। ମହାପ୍ରଭୁ ଙ୍କ ନାମରେ ଏହି ସ୍ଥାନଟି ବରୂନେଶ୍ଵର୍ ନାମରେ ନାମିତ ।କିମ୍ବଦନ୍ତୀ ରହିଛି ଏହି ଅଞ୍ଚଳ ଟି ସମୁଦ୍ର ଥିଲା ।ଏହି ପଥ ଦେଇ ବାଣିଜ୍ୟ ବେପାର କରିବା ପାଇଁ ନୌକା ଯୋଗେ ବହୁ ଦୁରନ୍ତ ରୁ ଲୋକେ ଯାଉଥିଲେ ।ବାବା ଜଳ ମଧ୍ୟରେ ଥାଇ ସେମାନଙ୍କୁ ସୁରକ୍ଷା ଦେଉଥିଲେ ।
ଆଜି ସେହି ପରମ୍ପରା ରହି ଆସି ଅଛି । ବର୍ଷ ସାରା ଏହି ଦେବତା ପାଣିରେ ବୁଡି ରହିଥାଆନ୍ତି । ମକର ସଂକ୍ରାନ୍ତି ପୂର୍ବରୁ ମନ୍ଦିରରୁ ପାଣି ଉଝଳା ଯାଇ ପୂଜା ପାଆନ୍ତି ବାବା ବରୁଣେସ୍ୱର ।ଏହି ପାଣି କେଉଁଠୁ ଆସେ କେହି ଜାଣନ୍ତି ନାହିଁ ।ପୁଣି ଜଳମୟ ହୋଇଯାଏ ମନ୍ଦିର ।ଜଳ ମଧ୍ୟରେ ବୁଡ଼ି ରହନ୍ତି ବାବା ବାରୁନେଶ୍ୱର୍ ।

ଯାଜପୁର ଜିଲ୍ଲାର ଏହି ମେଳା ଅନ୍ୟ ତମ ବଡ଼ ମେଳା ହୋଇଥିବାରୁ ଜିଲ୍ଲା ଓ ଜିଲ୍ଲା ବାହାରର ବିଭିନ୍ନ ଅଞ୍ଚଳରୁ ଶ୍ରଦ୍ଧାଳୁମାନେ ଆସି ଏଠାରେ ପୂଜାର୍ଚ୍ଚନା କରିଥାଆନ୍ତି ଏବଂ ସେମାନଙ୍କ ର ମାନସିକ କରିଥାଆନ୍ତି ବିଗତ ମହାମାରୀ କରୋନା କାରଣରୁ ଦୁଇ ବର୍ଷ ମେଳା ବନ୍ଦ rahithil। ଏବର୍ଷ ଏହି ମେଳା ଆଜି 14 ତାରିଖ ଠାରୁ ଆରମ୍ଭ ହୋଇ 23 ତାରିଖ ପର୍ଯ୍ୟନ୍ତ ଚାଲିବ। ସେଥିପାଇଁ ପ୍ରଶାସନ ପକ୍ଷ ରୁ ସମସ୍ତ ପ୍ରସ୍ତୁତି କରାଯାଇଛି । ସବୁ ବିଭାଗ ଜଗତିଆର ରହିଛନ୍ତି ।ରାଜ୍ୟର ବିଭିନ୍ନ ଜିଲ୍ଲା ଓ ରାଜ୍ୟ ବାହାରୁ ଦୋକାନୀମାନେ ଆସି ସେମାନେ ତାଙ୍କର ପସରା ମେଲେଇ ବାରେ ଲାଗି ପଡିଛନ୍ତି । ଏହାଛଡା ଏଠାରେ ମଧ୍ୟ ସାହିତ୍ୟ ଆଶର ଓ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ ।ପ୍ରାୟ 7 ଦିନ ଧରି ଓଡ଼ିଶାର ଛଅ ସାତଟି ବଡ଼ ବଡ଼ ଅପେରା ପାର୍ଟି ନାଟକ ପରିବେଷଣ କରିଥାଆନ୍ତି । ରାତିରେ ଏହି ନାଟକ ଦେଖିବା ପାଇଁ ହଜାର ହଜାର ଦର୍ଶକଙ୍କ ସମାଗମ ହୋଇଥାଏ

Recent Post

Live Cricket Update