ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାରେ ପ୍ରସ୍ତୁତ ହସ୍ତତନ୍ତ ଶାଢୀ ବିକ୍ରିର ଶୁଭାରମ୍ଭ

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାରେ ପ୍ରସ୍ତୁତ ହସ୍ତତନ୍ତ ଶାଢୀ ବିକ୍ରିର ଶୁଭାରମ୍ଭ

ଢେଙ୍କାନାଳ , ତା , ୧୬ , ୦୧.୨୦୨୩ ଢେଙ୍କାନାଳ ଜିଲ୍ଲାର ସରାଗ ପାଟଣା , ଚନ୍ଦ୍ରଶେଖର ପ୍ରସାଦ , ରଥପଦା , ଗିରିଗୋବର୍ଦ୍ଧନ ( ଖାଲପାଳ ) ଆଦି ଗ୍ରାମରେ ବୁଣାକାରମାନଙ୍କ ଦ୍ବାରା ପ୍ରସ୍ତୁତ ହସ୍ତତନ୍ତ ଶାଢୀ ଯଥା କାରଗିଲ , କମ୍ପ୍ୟୁଟର , ରେଖା , ଗଙ୍ଗା – ଯମୁନା , ବାଡି ବନ୍ଧ ନାମକ ଆଦି ଶାଢୀକୁ ପ୍ରୋତ୍ସାହିତ କରି ସ୍ବତନ୍ତ୍ର ପରିଚୟ ଦେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଉଛି । ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରସ୍ଥିତ ମିଶନ ମିଲେଟ କାଫେ ଠାରେ ସରାଗପାଟଣା ବୁଣାକାର ସଂଘ ଦ୍ବାରା ପ୍ରସ୍ତୁତ ଶାଢୀ , ଗାମୁଛା , କପଡା ଆଦିର ବିକ୍ରି ବ୍ୟବସ୍ଥାର ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ଶୁଭାରମ୍ଭ କରିଛନ୍ତି । ଢେଙ୍କାନାଳରେ ପ୍ରସ୍ତୁତ ଶାଢୀ କୁ ପ୍ରୋତ୍ସାହିତ କରି ରାଜ୍ୟ , ଦେଶ ତଥା ବିଦେଶରେ ମଧ୍ୟ ଆଦୃତ କରାଇବା ପାଇଁ ଶାଢୀରେ ଆଧୁନିକ ଡିଜାଇନଯୁକ୍ତ କରି ଏହା ଅଧ୍ବକ ଆକର୍ଷଣୀୟ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ଏଥ୍ ନିମନ୍ତେ ସୋନପୁର , ସମ୍ବଲପୁର ର ଦକ୍ଷ ପ୍ରଶିକ୍ଷକ ମାନଙ୍କ ସହଯୋଗ ନିଆଯାଉଛି । ସମସ୍ତ ସରକାରୀ କର୍ମ ଚାରି ସୋମବାର ଦିନ ଭାବେ ହସ୍ତତନ୍ତ ପ୍ରସ୍ତୁତ ଶାଢୀ , କୁର୍ତ୍ତା ଆଦି ପରିଧାନ କରିବାକୁ ଜିଲ୍ଲାପାଳ କହିଛନ୍ତି । ଅହି ଅବସରରେ ଆଜି କାର୍ଯ୍ୟାଳୟ ର କର୍ମଚାରୀ ମାନେ ଶାଢୀ ଓ କପଡା କିଣିଥିଲେ । ସମସ୍ତ ବ୍ଲକ କାର୍ଯ୍ୟାଳୟ , ପୌର କାର୍ଯ୍ୟାଳୟ , ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ଦ୍ବାରା ପ୍ରସ୍ତୁତ ଶାଢୀ , ଗାମୁଛା , କପଡା ଆଦିର ବିକ୍ରି ବ୍ୟବସ୍ଥା କରାଯିବ । ଜନସାଧାରଣ ବହୁଳ ଭାବେ ହସ୍ତତନ୍ତ ପ୍ରସ୍ତୁତ ସାମଗ୍ରୀ ବ୍ୟବହାର କରିବେ । ଜିଲ୍ଲାପାଳ ଆଶା ବ୍ୟକ୍ତ କରିଛନ୍ତି । ସରାଗପାଟଣା ବୁଣାକାର ସଂଘର ଇନ୍ସପେକ୍ଟର ଶ୍ରୀ ପ୍ରଶାନ୍ତ କୁମାର ସାହୁ ଏହି ବିକ୍ରି ବ୍ୟବସ୍ଥାରେ ସହଯୋଗ କରୁଛନ୍ତି ।

Recent Post

Live Cricket Update