ସଦର ବ୍ଲକ୍ କୃଷକ ସାଥ୍‌ମାନଙ୍କ ବୈଠକ

ସଦର ବ୍ଲକ୍ କୃଷକ ସାଥ୍‌ମାନଙ୍କ ବୈଠକ

ଢେଙ୍କାନାଳ , ତା.୧୬.୦୧.୨୦୨୩- ଅଦ୍ୟ ଢେଙ୍କାନାଳ ସହରସ୍ଥିତ ଶ୍ରୀ ଶ୍ରୀ ବଳରାମ ମନ୍ଦିର ପ୍ରାଙ୍ଗଣରେ ସଦର ବ୍ଲକ କୃଷକ ସାଥୀମାନଙ୍କର ଏକ ବୈଠକ ସଭାପତି ସନାତନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ବ୍ଲକ୍‌ର ସମସ୍ତ ଫଚାୟତରୁ ପ୍ରାୟ ୫୮ଜଣ କୃଷକ ସାଥ୍ ଉପସ୍ଥିତ ରହି କୃଷକ ସାଥୀମାନଙ୍କର ସମସ୍ୟାକୁ ସଦର ବ୍ଲକ୍‌ର ବିଭାଗୀୟ ଅଧିକାରୀମାନେ ଅଣଦେଖା କରିବା ଏବଂ ରାଜ୍ୟସଂଘ ସହିତ ଆଲୋଚନା କରି ସରକାରଙ୍କୁ ଦାବିଗୁଡିକ ଅବଗତ କରିବା ବିଷୟରେ ଆଲୋଚନା କରାଯାଇଥିଲା । ଉକ୍ତ ସଭାରେ ସଦର ବ୍ଲକ୍ କୃଷକ ସାଥୀ ନୂତନ ସଭାପତି ଭାବେ ଦୀପ୍ତିରଞ୍ଜନ ଜେନା ଓ ସଂପାଦକ ଭାବେ ମଳୟ କୁମାର ସାହୁଙ୍କୁ ସର୍ବସମ୍ମତି କ୍ରମେ ମନୋନିତ କରାଯାଇ ଆଗାମୀ ଦିନ ପାଇଁ କାର୍ଯ୍ୟପନ୍ଥା ସ୍ଥିର କରିବେ ବୋଲି ନିଷ୍ପତି ନିଆଗଲା । ସର୍ବ ଶେଷରେ ସଭାପତିଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରାଗଲା ।

Recent Post

Live Cricket Update