



ଛାତ୍ର ଛାତ୍ରୀଙ୍କ ଦ୍ବାରା ସଡକ ସୁରକ୍ଷା ସପ୍ତାହ ପାଳିତ।
ରବିଶଙ୍କର ପ୍ରାଥମିକ ସ୍କୁଲରେ ଛାତ୍ର ଛାତ୍ରୀଙ୍କ ଦ୍ବାରା ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ କାମାକ୍ଷାନଗର ଗୋଷ୍ଠି ଉନ୍ନୟନ ଅଧିକାରି ଉପସ୍ଥିତ ଥିଲେ। ସ୍କୁଲର ସମସ୍ତ ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନେ ମେନରୋଡ ଠାରୁ ଏକ ଶୋଭାଯାତ୍ରାରେ ଆସିଥିଲେ। ଏବଂ ହାତରେ ସଡକ ସୁରକ୍ଷାର ବିଭିନ୍ନ ଫ୍ଲାକକାର୍ଡ ଧରିବା ସହ ସ୍ଲୋଗାନ ଦେଇଥିଲେ। ଏବଂ ଦୁଇ ଛାତ୍ରଙ୍କ ଦ୍ବାରା ଯମ ଓ ଚିତ୍ରଗୁପ୍ତ ବେଶ ହୋଇ ଚାଳକ ମାନଙ୍କୁ ହେଲମେଟ ଓ ସିଟ ବେଲ୍ଟ ବାନ୍ଧିବା ଏବଂ ମଦ ପିଇ ଗାଡି ନଚଲାଇବା ପାଇଁ ସଚେତନ କରାଇବା ସହ ଲୋକଙ୍କୁ ପୁସିଙ୍ଗ୍ କାର୍ଡ ବାଣ୍ଟି ପୁରା ସହର ପରିକ୍ରମା କରି ଲୋକଙ୍କୁ ସଚେତନ କରାଇଥିଲେ। ଏବଂ ପରିଶେଷରେ ଥାନା ନିକଟରେ ପହଞ୍ଚିବା ସହ ସଚେତନ ମୁଳକ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଛାତ୍ର ଛାତ୍ରୀଙ୍କ ଦ୍ବାରା ଅନୁଷ୍ଠିତ ହୋଇଯାଇଛି।ଢେଙ୍କାନାଳ ଜିଲ୍ଲା ରୁ ସୁଶାନ୍ତ ମହାପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନିୟୁଜ !