କର୍କଟ ରୋଗରେ ପୀଡିତ ପଞ୍ଚୁ ବେହେରା ଙ୍କୁ ସହାୟତା ର ହାତ ବଢ଼ାଇଲା ଖୋର୍ଦ୍ଧା ର ତ୍ରିଶକ୍ତି ଫାଉଣ୍ଡେସନ

(କର୍କଟ ରୋଗରେ ପୀଡିତ ପଞ୍ଚୁ ବେହେରା ଙ୍କୁ ସହାୟତା ର ହାତ ବଢ଼ାଇଲା ଖୋର୍ଦ୍ଧା ର ତ୍ରିଶକ୍ତି ଫାଉଣ୍ଡେସନ )

ଜଗତସିଂହପୁର
ତା =16/1/23

ଜଗତସିଂହପୁର ବ୍ଲକ ଆଳିପିଙ୍ଗଳ ପଂଚାୟତ ସ୍ଥିତ ଚନ୍ଦ୍ରମଣି ପାଟଣା ଗ୍ରାମର ଦିନମଜୁରିଆ ପଞ୍ଚୁ ବେହେରା | ଅନ୍ୟର କାମ ଧନ୍ଦା କରି ପରିବାର ଭରଣ ପୋଷଣ କରେ | ପଞ୍ଚୁ ବେହେରା ଙ୍କ ପେଟରେ ଟିୟୁମର ହୋଇଥିଲା | ପଞ୍ଚୁ ଆଉ କାମ ଧନ୍ଦା କରିପାରିଲେ ନାହିଁ |ସ୍ତ୍ରୀ ଏବଂ ଦୁଇ ପୁଅ ଆର୍ଥିକ ଅନାଟନ ମଧ୍ୟ୍ୟ ରେ ଜମି, ସୁନା, ରୁପା, ବିକ୍ରି କରି ଅନେକ ଟଙ୍କା ଖର୍ଚ୍ଚ କରି ପଞ୍ଚୁ ବେହେରା ଙ୍କୁ ଭୁବନେଶ୍ୱର ରେ ଏକ ଘରୋଇ ଚିକିତ୍ସାଳୟ ରେ ଟିୟୁମର ଅପରେସନ କରିଥିଲେ | ହେଲେ ଏହି ଟିୟୁମର କାଳକ୍ରମେ କର୍କଟ ରୋଗରେ ଆକ୍ରାନ୍ତ ହେବାରୁ ପଞ୍ଚୁ ବେହେରା ଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଥିଲା | ଏଭଳି ପରିସ୍ଥିତି ରେ ସ୍ତ୍ରୀ ଅନ୍ୟ ର କାମ ଧନ୍ଦା କରି ଦୁଃଖ କଷ୍ଟେ ପରିବାର ଭରଣ ପୋଷଣ କରୁଥିଲା | ଏହି ସମୟରେ ଦଇବ ସାଜିଲା ଦାଉ | ହଠାତ ଆକସ୍ମିକ ଦୃଘଟଣା ରେ ସ୍ତ୍ରୀ ଆଉ ଅନ୍ୟର କାମ ଧନ୍ଦା କରିପାରିଲା ନାହିଁ | ଏଭଳି ସଙ୍ଗିନୀ ଅବସ୍ଥାରେ ପରିବାର ଭୋକ ଉପବାସ ରେ ଆଉଟି ପାଉଟି ହେଉଥିବା ବେଳେ ଖୋର୍ଦ୍ଧା ର ତ୍ରିଶକ୍ତି ଫାଉଣ୍ଡେସନ ତଥା ଟାଇଗର ଗ୍ରୁପ ଅଫ ଓଡିଶା ର କର୍ମ କର୍ତ୍ତା ଅକ୍ଷୟ କୁମାର ଦାସ, ଅନାଦି ଦାସ, ମହେଶ ସାହୁ, ଅନିଲ ମହାପାତ୍ର, ସନ୍ଧିପ ସାମନ୍ତରାୟ, ପ୍ରକାଶ ଚନ୍ଦ୍ର ଖିଲାର ପ୍ରମୁଖ ଦେବଦୁତ ସାଜି ପଞ୍ଚୁ ବେହେରା ଙ୍କ ପରିବାର ଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ସହିତ ମାସକ ପାଇଁ ରେସନ ସାମଗ୍ରୀ ପ୍ରଦାନ କରି ମହାନ କାର୍ଯ୍ୟ କରିଛନ୍ତି |ସେଥିପାଇଁ ଅଞ୍ଚଳ ବାସୀ ତ୍ରିଶକ୍ତି ଫାଉଣ୍ଡେସନ ର କର୍ମକର୍ତ୍ତା ଙ୍କୁ ସାଧୁବାଦ ଜଣାଇଛନ୍ତି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Recent Post

Live Cricket Update