ସଡକ ସୁରକ୍ଷା ସପ୍ତାହ ଉଦଯାପନ ଦିବସ ଅବସରରେ ସାଇକେଲ ରାଲି

ସଡକ ସୁରକ୍ଷା ସପ୍ତାହ ଉଦଯାପନ ଦିବସ ଅବସରରେ ସାଇକେଲ ରାଲି

ଢେଙ୍କାନାଳ , ତା ୧୭.୦୧.୨୦୨୩ ଗତ ୧୧ ତାରିଖରୁ ସଡକ ସୁରକ୍ଷା ସପ୍ତାହ ପାଳିତ ହେଉଅଛି । ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଆଜି ଉଦଯାପନ ଦିବସ ଅବସରରେ ଏକ ସାଇକେଲ ରାଲି ସହର ପରିକ୍ରମା କରିଛି । ଆଜି ସକାଳେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ , ଆରକ୍ଷୀ ଅଧୀକ୍ଷକ ଶ୍ରୀ ଜ୍ଞାନ ରଞ୍ଜନ ମହାପାତ୍ର ଏହି ସାଇକେଲ ରାଲିକୁ ପତାକା ଦେଖାଇ ଆରମ୍ଭ କରିଥିଲେ । ପରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କ ସହିତ ଢେଙ୍କାନାଳ ସାଇକେଲ ଆସୋସିଆସନ , ସରକାରୀ ଆଇ.ଟି.ଆଇ. , ସେଣ୍ଟ ଜାଭିୟର୍ସ ହାଇ ସ୍କୁଲ , ତାଇକୁଣ୍ଡ ଆସୋସିଆସନ , ସାଇ ହଷ୍ଟେଲ , ସୂର୍ଯ୍ୟ ଶକ୍ତି ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀମାନେ ସଚେତନତା ରଥ ସହିତ ସାଇକେଲ ରାଲିରେ ସହର ପରିକ୍ରମା କରିଥିଲେ ।

Recent Post

Live Cricket Update