ବାର୍ଷିକ କ୍ରୀଡା ଉତ୍ସବ ପାଳିତ

ବାର୍ଷିକ କ୍ରୀଡା ଉତ୍ସବ ପାଳିତ

ଅଦ୍ଯ ତା ୧୭.୦୧.୨୦୨୨ ରିଖ ମଙ୍ଗଳବାର ରେ ଢେଙ୍କାନାଳ ପୈ।ରାଞ୍ଚଳର ୧ନମ୍ବର ୱ।ର୍ଡରେ ଅବସ୍ଥିତ ଡଃ ଦାଶରଥି ମିଶ୍ର ଉଚ୍ଚ ବିଦ୍ୟାଳୟ ର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି।। ଏହି ଉତ୍ସବ ରେ ସମାଜସେବୀ ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଶାନ୍ତ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖେଳକୁ ଉଦ୍ଘାଟନ କରିଥିଲେ।ପିଲାମାନେ ମା ସୁନ୍ଦରଶୁଣି ମନ୍ଦିର ରୁ ମଶାଲ ଶୋଭାଯାତ୍ରା ରେ ବାହାରି ଢେଙ୍କାନାଳ ସ୍ବୟଂ ଶାସିତ ମହାବିଦ୍ୟାଳୟ ର ଖେଳ ପଡିଆ କୁ ଯାଇ ଥିଲେ। ସେଠାରେ ୧୦୦ ମିଟର ୨୦୦ ମିଟର ସଟ୍ ପୁଟ୍ ଡିସ୍ କସ ଥ୍ରୋ ପ୍ରଭୃତି କ୍ରୀଡା ଅନୁଷ୍ଠିତ ହୋଇଥିଲା। ଅପରାହ୍ନ ରେ ଉଦ୍ ଯାପନ ଉତ୍ସବ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଅଞ୍ଜନା ମିଶ୍ର ଙ୍କ ସଭାପତି ତ୍ବରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ତଥା ବରିଷ୍ଠ ଆଇନଜୀବୀ ଶ୍ରୀ ଶୁଭେନ୍ଦୁ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବନ୍ଦେ ଉତ୍କଳଜନନୀ ସଙ୍ଗୀତ ଗାନ ସହ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। କ୍ରୀଡା ମନ ଓ ଶରୀର କୁ ସୁସ୍ଥ ରଖିବା ସହିତ ଦେଶର ଯଶ ଓ ଗୈାରବ ଆଣି ଥାଏ ବୋଲିମୁଖ୍ଯ ଅତିଥି ଶ୍ରୀଯୁକ୍ତ ମହାପାତ୍ର ନିଜ ବକ୍ତବ୍ୟ ରଖି ଥିଲେ। ଖେଳ ରେ କୃତକାର୍ଯ୍ୟ ହୋଇଥିବା ପିଲାମାନଙ୍କୁ ମୁଖ୍ୟ ଅତିଥି ପୁରସ୍କାର ପ୍ରଦାନ କରିଥିଲେ। ଛାତ୍ର ମାନଙ୍କ ମଧ୍ୟରେ ଦଶମ ଶ୍ରେଣୀର ଛାତ୍ର ରାହୁଲ ନାଏକ ଚମ୍ପିୟାନ ହୋଇଥିଲେ ଓ ଛାତ୍ରୀ ମାନଙ୍କ ମଧ୍ୟରେ ନବମ ଶ୍ରେଣୀର ଛାତ୍ରୀ ମାମୁନି ମିଶ୍ର ଚମ୍ପିୟାନ ହୋଇଥିଲେ।ଖେଳର ସମସ୍ତ କାର୍ଯ୍ୟ ଖେଳ ଶିକ୍ଷକ ଶ୍ରୀ ରସାନନ୍ଦ ପ୍ରଧାନ ପରିଚାଳନା କରିଥିଲେ। ତାଙ୍କୁ ଏହି କାର୍ଯ୍ୟକ୍ରମରେ ଶ୍ରୀ ଜିତେନ୍ଦ୍ର କୁମାର ମିଶ୍ର ସଙ୍ଗ୍ରାମ ସ୍ବାଇଁ ପ୍ରଦୀପ ସାହୁ କବିତା ମିଶ୍ର ପ୍ରଭୃତି ସାହାଯ୍ୟ କରିଥିଲେ। ମାମୁନି ମିଶ୍ର ବର୍ଷା ପ୍ରିୟଦର୍ଶିନୀ ଦାସ ତଥା ତୟବା ବେଗମ୍ ନୃତ୍ୟ ପରିବେଷଣ କରିଥିଲେ। ଶେଷରେ ଶିକ୍ଷକ ଶ୍ରୀ ସୁଶୀଳ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

Recent Post

Live Cricket Update