ଚୌଦ୍ୱାର ରେ ସଡକ ସୁରକ୍ଷା ସପ୍ତାହ କାର୍ଯ୍ୟକ୍ରମ

ଚୌଦ୍ୱାର ରେ ସଡକ ସୁରକ୍ଷା ସପ୍ତାହ କାର୍ଯ୍ୟକ୍ରମ

ଚୌଦ୍ଵାରରେ ପବ୍ଲିକ ୱେଲଫର୍ ସୋସାଇଟି ତରଫରୁ ସଡକ ସୁରକ୍ଷା ସପ୍ତା ହ ପାଳିତ ହୋଇଯାଇଛି । ସଙ୍ଗଠନ ତରଫରୁ ପଥଚାରି ମାନଙ୍କୁ ସଚେତନ କରିବା ପାଇଁ ଯମ ଓ ଚିତ୍ରଗୁପ୍ତ ରୂପରେ ଟ୍ରାଫିକ ନିୟମ ମାନୁ ନଥିବା ଲୋକ ମାନଙ୍କୁ ସଚେତନ କରିଥିବା ଦେଖାଯାଇଥିଲା । ଏଥି ସହିତ ପଥପ୍ରାନ୍ତ ନାଟକ ମାଧ୍ୟମରେ ୫୫ନଂ ଜାତୀୟ ରାଜପଥର ଚୌଦ୍ଵାରର ବିଭିନ୍ନ ଛକ ମାନଙ୍କରେ ଲୋକଙ୍କୁ ସଚେତନ କରାଯାଇଛି ।

ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ଚୌଦ୍ୱାର ର ପଦ୍ମଶ୍ରୀ ଡ଼ ଉତ୍ସବ ଚରଣ ଦାସ, ଅତିଥି ଭାବେ ଚୌଦ୍ୱାର ପୌରପାଳିକା ନିର୍ବାହି ଅଧିକାରୀ ସଂଜୀବ କୁମାର ମହାପାତ୍ର,ଅଜୟ ବେହେରା ପରିଷଦ 4ନ ୱାର୍ଡ,ଆଞ୍ଚଳିକ ପେସାଦର ସାମ୍ବାଦିକ ସଂଘର ସଭାପତି ଦୀପକ ମଙ୍ଗରାଜ,ସମାଜସେବୀ ଜୟସିଂ, ହରିହର ପରିଡା ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର ସଭାପତି ବିଷ୍ଣୁଚରଣ ସାହୁ ସମ୍ପାଦକ ପ୍ରଦ୍ୟୁମ୍ନ ତରାଇ କୋଷାଧ୍ୟକ୍ଷ ସିବସଙ୍କର ସାହୁ ବିକ୍ରମ ସ୍ଵାଇଁ,ଲଳିତ ନାୟକ,ମୋନାଲିଶା ଦାସ,ସୁକାନ୍ତ ତରାଇ,ରାଜକିଶୋର ସାହୁ,ଅକ୍ଷୟ ସାହୁ ପ୍ରମୁଖ ପରିଚାଳନା କରିଥିଲେ।

ଚୌଦ୍ଵାର ରୁ ପବିତ୍ର କୁମାର ମହାନ୍ତି ଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନିୟୁଜ୍

Recent Post

Live Cricket Update