ୟୁନିଭରସାଲ୍ ଏମ୍ଇପି ( ଭୋଲ୍‌ଟାସ୍ ) ୩୪ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ସଚେତନା କାର୍ଯ୍ୟକ୍ରମ

ୟୁନିଭରସାଲ୍ ଏମ୍ଇପି ( ଭୋଲ୍‌ଟାସ୍ ) ୩୪ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ସଚେତନା କାର୍ଯ୍ୟକ୍ରମ

ଢେଙ୍କାନାଳ , ୧୭ / ୦୧ : ୟୁନିଭରସାଲ୍ ଏମ୍ଇପି ( ଭୋଲ୍‌ଟାସ୍ ) ଦ୍ବାରା ୩୪ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ସଚେତନା କାର୍ଯ୍ୟକ୍ରମ ୟାନୁଆରୀ ୧୧ ରୁ ୧୭ ତାରିଖ ପର୍ଯ୍ୟନ୍ତ କରାଯାଉଅଛି । ଏହି ଅବସରରେ ଅଦ୍ୟ ସଦାଶିବପୁର ଗ୍ରାମ ପଂଚାୟତ ଅନ୍ତର୍ଗତ ସୁଧାଡିହକାଟେଣୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ସଚେତନତା କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବିଷ୍ଣୁପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅତିଥି ଭାବେ ପ୍ରୋଜେକ୍ଟ ମ୍ୟାନେଜର ରନିତାଭ ମିଶ୍ର , କନଷ୍ଟ୍ରକ୍‌ସନ୍ ମ୍ୟାନେଜର ଅକ୍ଷୟ କୁମାର ଦାସ , ଦିପ୍ତି କୁମାର ସାମନ୍ତ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ସଡକ ସୁରକ୍ଷା ଜୀବନ ରକ୍ଷା ଆଦି ବିଷୟରେ ସଚେତନତା କରାଇଥିଲେ । ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ଓ ଶିକ୍ଷା କରିବା ଉଦ୍ଦେଶ୍ୟରେ କୁଇଜ୍ , ଏସେ ଆଦି କାର୍ଯ୍ୟକ୍ରମ କରାଯାଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ଏହାକୁ ଆସିଷ୍ଟାଟ ସେଫ୍ଟ ମ୍ୟାନେଜର ହେମନ୍ତ କୁମାର ଜାଦଭ , ଏଚ୍ଆର୍ ସୌରଭ ପରିଡା , ସେଫ୍ଟି ଅଫିସର ଅମୀୟ ପରିଡା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଶେଷରେ ଛାତ୍ରଛାତ୍ରୀମାନଙ୍କୁ ନେଇ ପ୍ଲାକାର୍ଡ , ବ୍ୟାନର ଧରି ଏକ ଶୋଭାଯାତ୍ରା କରାଯାଇ ଲୋକମାନଙ୍କୁ ସଚେତନତା କରାଯାଇଥିଲା ।

Recent Post

Live Cricket Update