ଜ଼ିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ୩ ଜଣ ଭିନ୍ନକ୍ଷମ ଙ୍କୁ ଟ୍ରାଇ ସାଇକେଲ ପ୍ରଦାନ

( ଜ଼ିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ୩ ଜଣ ଭିନ୍ନକ୍ଷମ ଙ୍କୁ ଟ୍ରାଇ ସାଇକେଲ ପ୍ରଦାନ )

ଜଗତସିଂହପୁର
ତା =17/1/23
ଜଗତସିଂହପୁର ଜ଼ିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ୩ ଜଣ ଭିନ୍ନକ୍ଷମ, ଅସହାୟ ବ୍ୟକ୍ତି ଙ୍କୁ ଟ୍ରାଇ ସାଇକେଲ ପ୍ରଦାନ କରାଯାଇଛି | ସେମାନେ ହେଲେ
ଜଗତସିଂହପୁର ପୈାରାଞ୍ଚଳ ଅତାମଳା ଦେଭୋଗ ଗ୍ରାମର ଦଳିତ ଭିନ୍ନକ୍ଷମ ଶକୁନ୍ତଳା କାଣ୍ଡି |
ଜଗତସିଂହପୁର ବ୍ଲକ ଅନ୍ତର୍ଗତ ଅଁଳା ପଞ୍ଚାୟତ ଚାନ୍ଦଗାଁ ର ଗରିବ ଅସହାୟ ଭିନ୍ନକ୍ଷମ ବୃଦ୍ଧ ଯୁଗଳ ନାୟକ | ଖଇରଙ୍ଗ ପଞ୍ଚାୟତ ମହିରା ଗ୍ରାମର ଭିନ୍ନକ୍ଷମ ମିଟୁ ସାହୁ ଆଦି ଏହି ତିନିଜଣ ବ୍ୟକ୍ତି ଙ୍କୁ ଆଶିର୍ବାଦ ସେବା ସଂଗଠନ ସଭାପତି ଜଗନ୍ନାଥ ବେହେରା ଟ୍ରାଇ ସାଇକେଲ ପ୍ରଦାନ କରିବା ନିମନ୍ତେ ଜ଼ିଲ୍ଲା ପ୍ରଶାସନ ନିକଟରେ ବାରମ୍ବାର ଦାବି ଉପସ୍ଥାପନା କରିଥିଲେ | ଜ଼ିଲ୍ଲାପାଳ ଙ୍କ ନିର୍ଦେଶକ ରେ ଜ଼ିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଏହି ୩ ଜଣ ଭିନ୍ନକ୍ଷମ ବ୍ୟକ୍ତି ଙ୍କୁ ଟ୍ରାଇ ସାଇକେଲ ଦେବାପାଇଁ ଆଶ୍ରିବାଦ ସେବା ସଂଗଠନ ସଭାପତି ଜଗନ୍ନାଥ ବେହେରା ଙ୍କୁ ଚିଠି ଲେଖିଥିଲେ | ଜଗନ୍ନାଥ ତିନିଜଣ ଭିନ୍ନକ୍ଷମ ବ୍ୟକ୍ତି ଙ୍କୁ ନିଜ ତତ୍ଵାବଧାନରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଙ୍କ ଦ୍ଵାରା ଟ୍ରାଇ ସାଇକେଲ ପ୍ରଦାନ କରିଛନ୍ତି | ଏଥିନେଇ
ଆଶିର୍ବାଦ ସେବା ସଂଗଠନ ଉପଦେଷ୍ଟା ହିମାଂଶୁ ଶେଖର ଆଚାର୍ଯ୍ୟ, ଦୈତାରୀ ଭୋଇ, ପ୍ରଦିପ ଦାସ, ନିରୁପମା ପରିଡ଼ା, ଶ୍ରୁତକିର୍ତ୍ତୀ ମିଶ୍ର ସିମା ଭୋଇ ସୋମ୍ୟ କାନ୍ତ ଦାସ ପ୍ରମୁଖ ଜ଼ିଲ୍ଲା ପ୍ରଶାସନ ଙ୍କୁ କୃତଜ୍ଞତା ପ୍ରଦାନ କରିଛନ୍ତି |

ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Recent Post

Live Cricket Update