



ବରୁଣେଶ୍ଵର ମହୋତ୍ସବରେ ସିନେତାରକାଙ୍କ ଅଭିନୟରେ ଦର୍ଶକ ବିଭୋର
ବିଷୟ_____ ଯାଜପୁର ର ବରୁଣେଶ୍ଵର ମହୋତ୍ସବର ଉଦଘାଟନୀ ଉତ୍ସବରେ ଉଦଘାଟିକା ଭାବେ ମନ୍ତ୍ରୀ ପ୍ରମିଳା ମଲ୍ଲୀକ ଯୋଗଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଅମର ପ୍ରସାଦ ଶତପଥି,ସାଂସଦ ଶମିଷ୍ଠା ସେଠୀ,ବିଧାୟିକା ସୁନନ୍ଦା ଦାସ,ବ୍ଳକ ଅଧ୍ୟକ୍ଷା ରଞ୍ଜିତା କୁମାରୀ ଦାସ , ଉପାଧ୍ୟକ୍ଷ ସେକ ଏରସାଦ ,ସମିତି ସଭ୍ୟା ଲଭଲିରାଣି ନାୟକ ପ୍ରମୁଖ ଯୋଗଦେଇ ଥିଲେ ।ସମାଜସେବି ରବିନ୍ଦ୍ର ପରିଡ଼ା ଅତିଥି ପରିଚୟ ପ୍ରଦାନ କରିଥିଲେ ।ପ୍ରତିଭା ବାନ ବ୍ୟକ୍ତିମାନଙ୍କୁ ଅତିଥିମାନେ ସମ୍ବଦ୍ଧନା ଜ୍ଞାପନ କରିଥିଲେ ।ଏହି ଅବସରରେ ସିନେତାରକା ଦୀପକ ପରିଡ଼ା ଓ ଅଭିନେତ୍ରୀ ଶୀତଲ ପାତ୍ରଙ୍କ ଦମଦାର ଅଭିନୟରେ ଦର୍ଶକ ବିଭୋର ହୋଇଥିଲେ ।ଅନ୍ୟମାନଙ୍କ ମଧ୍ୟରେ କାମଦେବ ଧଳ,କାର୍ତ୍ତିକ ଧଳ,ହେମେନ୍ଦ୍ର ସାମଲ,ପାର୍ବତୀ ମଲ୍ଲୀକ,ଅହଲ୍ୟା ସ୍ବାଇ ,ଧ୍ରୁବଚରଣ ସେଠୀ,ପ୍ରଦିପ୍ତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
ଯାଜପୁରରୁ ସରୋଜ ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ