



ଚକବନ୍ଦୀ ଉଛେଦ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ
ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଆଜି ଅନୁଗୋଳ ଜିଲ୍ଲାପାଳ ଙ୍କୁ ଚାଷୀ ସୁରକ୍ଷା କମିଟି ତରଫରୁ ଚକବନ୍ଦୀ ଉଚ୍ଛେଦ ଦାବୀରେ ଏକ ଦାବୀ ପତ୍ର ପ୍ରଦାନ କରିବା ସହିତ ଵିକ୍ଷୋଭ ପଦର୍ଶନ କରିଥିଲେ। ସେମାନଙ୍କର ମୁଖ୍ୟ ଦାବୀ ହେଉଛି 1971-72 ମସିହା ଠାରୁ ଲାଗୁ କରାଯାଇଥିବା ଚକବନ୍ଦୀ କୁ ତୁରନ୍ତ ଉଚ୍ଛେଦ କରାଯାଉ, ଅନୁଗୋଳ ଜିଲ୍ଲାର ଯେଉଁ 92 ଟି ଗ୍ରାମ ଏହା ଦ୍ଵାରା ପ୍ରାପୀଡିତ ହେଉଛନ୍ତି ସେଥିରୁ ତାଙ୍କୁ ମୁକ୍ତ କରାଯାଉ, ସରକାର ଅନ୍ୟାୟ ଭାବରେ ଯେଉଁ ଚକବନ୍ଦୀ ଆଇନକୁ ଏହି 92 ଟି ମୌଜା ଉପରେ ଲଦି ଦେଇଛନ୍ତି। ତାହାକୁ ଉଚ୍ଛେଦ କରି ସାବକ ପଟା ପ୍ରଦାନ କରାଯାଉ, ସରକାର କିସମ ଭିତିକ ବଣ୍ଟନ ନ କରି ନିଜ ଇଛା ମୁତାବକ ଚକବନ୍ଦୀ ଆଇନ ଲାଗୁ କରିବା ଦ୍ଵାରା ତାହା ଚାଷ ନ ହୋଇ ଚାରଣ ଭୂମି ରେ ପରିଣତ ହେଲାଣି, ସେହିଭଳି ଜମି ଗୁଡିକର ମୂଲ୍ୟ ଏହା ଦ୍ଵାରା ହ୍ରାସ ପାଉ ଥୁବାରୁ ଚାଷୀ ମାନେ ଚିନ୍ତା ବ୍ୟକ୍ତ କରିବା ସହିତ ଏହା ବିରୋଧ ରେ ଆନ୍ଦୋଳନ କରିଛନ୍ତି |ସେମାନଙ୍କ ର ଦାବୀ ପୂରଣ ନ ହେଲେ ଆଗାମୀ ସାଧାରଣ ନିର୍ବାଚନ ରେ ଏହି 92 ଟି ମୌଜା ନିର୍ବାଚନ ବର୍ଜନ କରିବେ କିମ୍ବା ନିର୍ବାଚନରେ ଉଚିତ ଜବାବ ଦେବେ ବୋଲି ଚେତାବନୀ ଦେଇଛନ୍ତି।
ଅନୁଗୋଳ ଜିଲ୍ଲାରୁ ରାଜେଶ ପାତ୍ର ଙ୍କ ରିପୋର୍ଟ୍