ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରୁ ବାଦ କରାଯାଇଥିବା ଓ ତାଲିକାରେ ସାମିଲ କରାଯିବ ନିମନ୍ତେ ବ୍ଲକ୍ରେ ଅଭିଯୋଗ କରିଛନ୍ତି ଯୋଗ୍ୟ ହିତାଧିକାରୀ

ଅନୁଗୋଳ  ଜିଲ୍ଲା ବଅଁରପାଳ ବ୍ଲକ ରେ ବିଭିନ୍ନ ଗ୍ରାମ ପଞ୍ଚାୟତ ରୁ ମହିଳା ପୁରୁଷ ମାନେ ଆଜି ଆସି ସରକାର ଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲଥିବା ଲିଷ୍ଟ କୁ ବିରୋଧ କରି ବ୍ଲକ୍ ଅଧୀକାରିଣୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ବଅଁରପାଳ ବ୍ଲକ ର ଗୋତମରା, ବୁଢ଼ାପଙ୍କ, ବଉଳିଗଡ଼, ବଡ ହିଂସର ପଞ୍ଚାୟତ ରୁ ପ୍ରାୟ ୫୦ରୁ ଉର୍ଦ୍ଧ ମହିଳା ଓ ପୁରୁଷ ଆଜି ଆସି ଅଭିଯୋଗ କରିଛନ୍ତି ଯେ ଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେଇ ଅଯୋଗ୍ୟ ଙ୍କୁ ସାମିଲ କରିଛନ୍ତି ବୋଲି। ଅଭିଯୋଗ କାରୀଙ୍କ ସୂଚନା ଅନୁଯାୟୀ ଅଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନାରେ ସାମିଲ କରାଯାଇଛି। ଯେଉଁଠାରେ ଯୋଗ୍ୟ ହିତାଧିକାରୀ ବାରମ୍ବାର ଗୃହ ପାଇବା ପାଇଁ ଅଭିଯୋଗ କରିଥିଲେ ମଧ୍ୟ ତାଙ୍କୁ ମିଳୁ ନଥିବା ସହିତ ଲିଷ୍ଟରେ ତାଙ୍କୁ ସାମିଲ କରାଯାଇ ନାହିଁ ।ଯୋଗ୍ୟ ହିତାଧିକାରୀ କହୁଛନ୍ତି, ଯେଉଁଠାରେ ପୂର୍ବରୁ ଯୋଗ୍ୟ ହିତାଧିକାରୀ ଙ୍କ ଲିଷ୍ଟରେ ନାମ ଆସିଥିବା ବେଳେ ରାଜନୈତିକ ଆକ୍ରୋଶ ରଖି କାଟିଦିଆଯାଇଛି ତ କେଉଁଠାରେ ଯୋଗ୍ୟ ହିତାଧିକାରୀ ବିବେଚିତ କରିବା ପାଇଁ ଅର୍ଥ ମାଗୁଛନ୍ତି ଏବଂ ଅର୍ଥ ନଦେବାରୁ ତାଲିକାରେ ନାମ ସାମିଲ ନାହିଁ। ଏମିତି କିଛି ହିତାଧିକାରୀ ବ୍ଲକ୍ ସମ୍ମୁଖରେ ଆଜି ଦେଖିବାକୁ ମିଳିଥିଲା ଯେ ସେମାନେ ବିଧବା ହୋଇଥିବା ବେଳେ ଆଉ କିଛି ଅକର୍ମଣ୍ୟ ର ପ୍ରମାଣପତ୍ର ଧରି ଅଭିଯୋଗ କରିଛନ୍ତି। ବ୍ଲକ୍ ଅଧୀକାରିଣୀ ଙ୍କୁ ଅଭିଯୋଗ ନ ଳଦେଇ ପାରିବାରୁ ଶେଷରେ ଅଭିଯୋଗ ବାକ୍ସ ରେ ଦାବିପତ୍ର ଗୁଡିକୁ ଦେଇ ଘରକୁ ଫେରିଛନ୍ତି। ଶେଷରେ କହିଛନ୍ତି ଯଦି ଯୋଗ୍ୟ ହିତାଧିକାରୀ ଙ୍କୁ ପ୍ରଦାନ ନକରାଯାଏ ତେବେ ଜିଲ୍ଲାପାଳ ଙ୍କୁ ଏହା ବିଷୟରେ ଅବଗତ କରାଇବେ ବୋଲି କହିଛନ୍ତି।https://youtu.be/L2MBOlCHTF4

Recent Post

Live Cricket Update