



ବରୁଣେଶ୍ଵର ମହୋତ୍ସବରେ ୧୪ ବର୍ଷପରେ ବବି ବାବୁ ପ୍ରଥମଥର ଅତିଥି
ବିଷୟ____ ଯାଜପୁର ର ବରୁଣେଶ୍ଵର ମହୋତ୍ସବରେ ଦୀର୍ଘ ୧୪ ବର୍ଷ ପରେ ବିଜେଡିର ସାଙ୍ଗଠନିକ ସଂପାଦକ ତଥା ଯାଜପୁର ବିଧାୟକ ପ୍ରଣବପ୍ରକାଶ ଦାସ ମୁଖ୍ୟ ଅତିଥିଭାବେ ଯୋଗଦେଇ କହିଲେ ଯେ ବରୁଣେଶ୍ଵର ପୀଠରେ ଅନେକ ମହ୍ମାତ୍ୟ ରହିଛି ।ଏହା ଓଡ଼ିଶାର ପ୍ରଥମ ମେଳା ।ଏଠାରେ ସସ୍କୁତି ବିଶ୍ଵାସର ନିଦର୍ଶନ ଦେଖିବାକୁ ମିଳେ ।ଆଗାମି ଦିନରେ ମୁଖ୍ୟମନ୍ତ୍ରୀଙ୍କ ସହଯୋଗରେ ବରୁଣେଶ୍ଵର ପୀଠର ଉନ୍ନତିକରଣ ହେବବୋଲି ସେ ପ୍ରକାଶ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ପ୍ରଣବ ବଳବନ୍ତ ରାୟ,ବିଧାୟକ ଅଶୋକ ବଳ ,ସାଂସଦ ଶମିଷ୍ଠା ସେଠୀ ପ୍ରମୁଖ ଅତିଥିଭାବେ ଯୋଗଦେଇ ଥିଲେ । ମହୋତ୍ସବର ଉଦଘାଟନ ମନ୍ତ୍ରୀ ପ୍ରମିଳା ମଲ୍ଲୀକ କରି କହିଲେ ଯେ ଆଗାମି ଦିନରେ ଏହାର ଆହୁରି ପ୍ରଚାର ପ୍ରସାର ସହ ବିକାଶର ସ୍ରୋତରେ ଏହି ପୀଠ ଯୋଡ଼ି ହେବ ବୋଲି ପ୍ରକାଶ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ବ୍ଳକ ଅଧ୍ୟକ୍ଷା ରଞ୍ଜିତା ଦାସ ,ନନ୍ଦକିଶୋର ସାମଲ ,ଉପାଧ୍ୟକ୍ଷ ସେକ ଏରସାଦ ,ହେମେନ୍ଦ୍ର ସାମଲ ,ରବିନ୍ଦ୍ର ପରିଡ଼ା,ପ୍ରଦିପ୍ତ ମହାନ୍ତୀ ,ଅହଲ୍ୟା ସ୍ବାଇ ,ପାର୍ବତୀ ମଲ୍ଲୀକ ପ୍ରମୁଖ ଉପସ୍ଥିତ ଥିଲେ ।
ଯାଜପୁରରୁ ସରୋଜ ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ