ସଡ଼କ ସୁରକ୍ଷା ଦିବସ ଉଦଯାପିତ

( ସଡ଼କ ସୁରକ୍ଷା ଦିବସ ଉଦଯାପିତ )
ଜଗତସିଂହପୁର
ତା =18/1/23
ଜଗତସିଂହପୁର ଜ଼ିଲ୍ଲା ଆଞ୍ଚଳିକ ପରିବହନ ପ୍ରାଧିକରଣ ପକ୍ଷରୁ ସ୍ଥାନୀୟ ସାରଳା ଦାସ ସଂସ୍କୃତି ଭବନ ପରିସରରେ ସଡ଼କ ସୁରକ୍ଷା ସପ୍ତାହ ଉଦଯାପନୀ ଉଛବ ଅନୁଷ୍ଠିତ ହୋଇଯାଇଛି | ଅଧ୍ୟାପକ ଗୋପାଳ କୃଷ୍ଣ ମିଶ୍ର ଙ୍କ ଅଧକ୍ଷତା ରେ ମୁଖ୍ୟଅତିଥିଭାବେ ଅତିରିକ୍ତ ଜ଼ିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ ପ୍ରଦୀପ ପ୍ରଜ୍ୱଳନ କରି ଶ୍ରୀ ଜଗନ୍ନାଥ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ |ଅନ୍ୟ ମାନଙ୍କ ମଧ୍ୟ୍ୟ ରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଉମେଶ କୁମାର ପଣ୍ଡା | ଶିଶୁ ରୋଗ ବିଶେଷଜ୍ଞ ଅଜୟ କୁମାର ସ୍ୱାଇଁ | ଆଞ୍ଚଳିକ ପରିବହନ ଅଧିକାରୀ ନିର୍ମଳ ମହାନ୍ତି | ଟ୍ରାଫିକ ଇନ୍ସପେକ୍ଟର ପ୍ରଶାନ୍ତ ମହାପାତ୍ର ପ୍ରମୁଖ ଯୋଗଦେଇ ସଡ଼କ ପରିବହନ ନୀତି ନିୟମ ସମ୍ପର୍କ ରେ ଉଦବୋଧନ ଦେଇଥିଲେ | ଏହି ଉପଲକ୍ଷେ ଅନନ୍ତ ଦାସ ଏବଂ ପପୁ ଶର୍ମା କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ | ଏହି କାର୍ଯ୍ୟକ୍ରମ ରେ ସ୍କାଉଟ, ଗାଇଡ଼, ବିଦ୍ୟାଳୟ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Recent Post

Live Cricket Update