ରିମିଟ କଲେଜ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସଡ଼କ ସୁରକ୍ଷା ସପ୍ତାହ ପାଳିତ

ଅନୁଗୋଳ ଜିଲ୍ଲା ପଞ୍ଚମହଲା ନିଯୁକ୍ତି ଭିତ୍ତିକ ସ୍ଥାୟୀ ସ୍ୱୀକୃତି ପ୍ରାପ୍ତ ଆଇ. ଟି ଓ ମ୍ୟାନେଜମେଣ୍ଟ ରିମିଟ କଲେଜ ର ଛାତ୍ରଛାତ୍ରୀଙ୍କ ଦ୍ୱାରା ଅନୁଗୋଳ ପୌରାଞ୍ଚଳ ର ବୁଢୀ ଠାକୁରାଣୀ ଛକ, ଥାନା ଛକ ମାନଙ୍କ ରେ ସଡ଼କ ସୁରକ୍ଷା ସପ୍ତାହ ର ଉଦଯାପନୀ ଉତ୍ସବ ପାଳିତ ହୋଇ ଯାଇଛି।

ଗାଡି ଚାଳକ ମାନଙ୍କୁ ସଡ଼କ ସୁରକ୍ଷା ଓ ଟ୍ରାଫିକ ନିୟମ ମାନି ଗାଡି ଚଳାଇବା ପାଇଁ ସୁରକ୍ଷା ପତ୍ରିକା ବଣ୍ଟନ କରି ସଚେତନତା କରାଇଥିଲେ। ପଥପ୍ରାନ୍ତ ନାଟକ ମାଧ୍ୟମ ରେ ସରକାର ଙ୍କ ସଡ଼କ ସୁରକ୍ଷା ବାର୍ତା ଜନ ସାଧାରଣ ଙ୍କୁ ଅବଗତ କରାଯାଇଥିଲା। ଦୁର୍ଘଟଣା କିପରି ରୋକଯାଇ ପାରିବ, ନିଶା ସେବନ ନ କରି ଗାଡି ଚଳାଇବା, ହେଲମେଟ ଓ ସିଟ ବେଲ୍ଟ ବ୍ୟବହାର କରିବା ଉପରେ ସଚେତନତା କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ଅନୁଗୋଳ ପରିବହନ ବିଭାଗ ଅଧିକାରୀ ନିଖିଳ ପଟ୍ଟନାୟକ, ଯାନ ବାହାନ ନିରୀକ୍ଷଣ ଅଧିକାରୀ କେ. ଦିବ୍ୟାୟୋତି ମହନ୍ତ, ଅନୁଗୋଳ ଥାନା ଅଧିକାରୀ ପ୍ରଭାତ ତ୍ରିପାଠୀ ଯୋଗଦାନ କରି ସଡ଼କ ସୁରକ୍ଷା ର ମହତ୍ୱ ବିଷୟରେ ଆଲୋକପାତ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କୁ ଏପରି ଲୋକ ସମ୍ପର୍କ କାର୍ଯ୍ୟ ପାଇଁ ମଧ୍ୟ ଉତ୍ସାହିତ କରିଥିଲେ। ଶିକ୍ଷାନୁଷ୍ଠାନ ର ସେକ୍ରେଟାରୀ ସୁସ୍ମିତା ବେହେରା ଓ ସମାଜସେବୀ ଚିନ୍ମୟୀ ଦାସ ଛାତ୍ରଛାତ୍ରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଅନୁଗୋଳ ଜିଲ୍ଲାରୁ ରାଜେଶ ପାତ୍ର ଙ୍କ ରିପୋର୍ଟ୍

Recent Post

Live Cricket Update