ଜ଼ିଲ୍ଲା ସଦର ମହକୁମାରେ ବିଜୁ ଜନତା ଦଳ ର 26ତମ ପ୍ରତିଷ୍ଠା ଦିବସ ସମାରୋହ ଅନୁଷ୍ଠିତ

( ଜ଼ିଲ୍ଲା ସଦର ମହକୁମାରେ ବିଜୁ ଜନତା ଦଳ ର 26ତମ ପ୍ରତିଷ୍ଠା ଦିବସ ସମାରୋହ ଅନୁଷ୍ଠିତ )
ଜଗତସିଂହପୁର
ତା =18/1/23
ଜଗତସିଂହପୁର ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ର 26ତମ ପ୍ରତିଷ୍ଠା ଦିବସ ସମାରୋହ ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଛି | ବିଧାନସଭା ମୁଖ୍ୟ ସଚେତନ ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଙ୍କ ଅଧକ୍ଷତା ରେ ଜ଼ିଲ୍ଲା ପର୍ଯ୍ୟବେକ୍ଷକ ଅରୁଣ କୁମାର ସାହୁ | ମୁଖ୍ୟ ଅତିଥି ଭାବେ ପ୍ରସନ୍ନ ଆଚାର୍ଯ୍ୟ | ବିଧାୟକ ବିଜୟ ଶଙ୍କର ଦାସ | ସମ୍ବିତ ରାଉତରାୟ | ଜଗତସିଂହପୁର ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ |ପୂର୍ବତନ ସାଂସଦ ଡାକ୍ତର କୁଳମଣି ସାମଲ | ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ | ଜ଼ିଲ୍ଲା ସମସ୍ତ ବ୍ଲକ ଅଧକ୍ଷ୍ୟ,ଅଧକ୍ଷା ଜ଼ିଲ୍ଲା ପରିଷଦ ସଭ୍ୟ ସଭ୍ୟା ପ୍ରମୁଖ ଯୋଗଦେଇ ବିଜୁ ଜନତା ଦଳ ର ଲୋକାଭିମୁଖୀ କାର୍ଯ୍ୟକ୍ରମ ସମ୍ପର୍କ ରେ ଉଦବୋଧନ ଦେଇଥିଲେ | ପ୍ରାରମ୍ଭ ରେ ସମସ୍ତ ଅତିଥି ସ୍ଥାନୀୟ ଗାନ୍ଧୀ ଛକ ରୁ ଏକ ଶୋଭାଯାତ୍ରା ରେ ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମାରୋହ ଯୋଗଦେଇଥିଲେ | ସମସ୍ତ ଅତିଥିଙ୍କୁ ବିଜୁ ଜନତା ଦଳ କର୍ମୀ ମାନଙ୍କ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା |ଏ ସମସ୍ତ କାର୍ଯ୍ୟକ୍ରମ କୁ ଜ଼ିଲ୍ଲା ପରିଷଦ ଅଧକ୍ଷ୍ୟ ମନୋଜ କୁମାର ଭୋଇ, ବ୍ଲକ ଅଧକ୍ଷା କନକ ପ୍ରଭା ଲେଙ୍କା, ଉପାଧକ୍ଷ ରତିକାନ୍ତ ବେହେରା,ଦୀପ୍ତି ଦାସ, ମଧୁସୂଦନ ସାହୁ, ସୁବାଷ ମହାନ୍ତି,ପ୍ରମୁଖ ପରିଚାଳନା କରିଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Recent Post

Live Cricket Update