



ଅଟୋକୁ ଧକ୍କା ଦେଲା ବାଲି ବୋଝେଇ ହାଇଓ୍ବା ଟ୍ରକ !
ଅଟୋକୁ ଧକ୍କା ଦେଲା ବାଲିବୋଝେଇ ହାଇଓ୍ବା ଟ୍ରକ। ଅଟୋରେ ବସିଥିବା ଯାତ୍ରି ମଧ୍ୟରୁ ୩ ଜଣ ଆହାତ। ଆହାତମାନେ ହେଲେ କାମାକ୍ଷାନଗର ଥାନା ଲେମ୍ବୁପାଳ ଗ୍ରାମର ଚମ୍ପା ବାସ୍କେ,ଝୁନା ଟୁଡୁ ଓ ମାଳତି ମୁର୍ମୁ। ରେଙ୍ଗାଳି ବାମକେନାଲ ରାସ୍ତାର କ୍ରସର ନିକଟରେ ଦୁର୍ଘଟଣା। ସୁଚନା ମୁତାବକ ଲେମ୍ବୁପାଳ ଗ୍ରାମର ସ୍ବୟଂସହାୟକ ଗୋଷ୍ଠିର ୬ ଜଣ ମହିଳା ସଂଙ୍ଘ କାର୍ଯ୍ୟରେ କାମାକ୍ଷାନଗର ଆସି କିମସିରି ଘରକୁ ଫେରୁଥିଲେ। ସେହିଦିଗରୁ ଏକ ବାଲିବୋଝେଇ ହାଇଓ୍ବ ଟ୍ରକ ଅଟୋଟିକୁ ଧକାଦେଇଥିଲା। ଫଳରେ ଅଟୋରେଥିବି ୬ ଜଣ ମହିଳାଙ୍କ ମଧ୍ୟରୁ ୩ ଜଣ ଆହାତ ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ମେଡିକାଲରେ ଭର୍ତିହୋଇ ଚିକତ୍ସିତ ହେଉଛନ୍ତି। ସେମାନଙ୍କ ଅବସ୍ଥା ଏବେ ସ୍ତିର ଅଛି।ଢେଙ୍କାନାଳ ଜିଲ୍ଲା ରୁ ସୁଶାନ୍ତ ମହାପାତ୍ର ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିୟୁଜ