କିଡଜୀ ପ୍ରି ସ୍କୁଲର ୧୪ତମ ବାର୍ଷିକୋତ୍ସବ

କିଡଜୀ ପ୍ରି ସ୍କୁଲର ୧୪ତମ ବାର୍ଷିକୋତ୍ସବ

ଢେଙ୍କାନାଳ , ତା . ୧୮.୦୧.୨୦୨୩- ଢେଙ୍କାନାଳ ସହରସ୍ଥିତ ଗୋପବନ୍ଧୁ ଟାଉନ୍ ହଲ୍‌ଠାରେ ଗ୍ରେସ୍ କିଡ଼୍‌ଜୀ ପ୍ରି ସ୍କୁଲ୍‌ର ୧୪ତମ ବାର୍ଷିକୋତ୍ସବ ପାଳିତ ହୋଇଯାଇଅଛି । ଏହି ଉତ୍ସବରେ ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ ମୁଖ୍ୟ ଅତିଥ୍ ଭାବେ ଉପସ୍ଥିତ ରହି ବକ୍ତବ୍ୟ ମାଧ୍ୟମରେ କୁନି କୁନି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ସମ୍ମାନିତ ଅତିଥ୍‌ ଭାବେ ଲାୟନ୍ସ କ୍ଲବ୍‌ର ପୂର୍ବଚଳ ସଦସ୍ୟ ପ୍ରଭାତ ମହାନ୍ତି ଓ ବିଦ୍ୟାଳୟ ନିର୍ଦ୍ଦେଶକ ସଞ୍ଜୀବ ତ୍ରିପାଠୀ ଓ କେନ୍ଦ୍ର ସଂଯୋଜକ ବିଜୟିନୀ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ବାର୍ଷିକୋତ୍ସବରେ ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀମାନେ ନାଚ ଓ ଗୀତ ପରିବେଷଣ କରିଥିଲେ , ଯାହା ଅତ୍ୟନ୍ତ ମନମୁଗ୍ଧକର ହୋଇଥିଲା ଏବଂ କୁନି କୁନି ପିଲାମାନଙ୍କୁ ସେମାନଙ୍କ କୃତିତ୍ବ ପାଇଁ ପୁରସ୍କାର କରାଯାଇଥିଲା । ଏହି ଉତ୍ସବରେ ବେବିନା ଜେନା ସ୍ୱାଗତ ଭାଷଣ ଦେଇଥିବାବେଳେ ବନ୍ଦନା ସାହୁ ବାର୍ଷିକ ବିବରଣୀ ପଠ କରିଥିଲେ । ଶ୍ରେୟା ନାୟକ ମଂଚ ପରିଚାଳନା କରିଥିଲେ , ଆଶିଷ ଓ ଅଜିତ୍ ନୃତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ବନିତା ବେହେରା , ପାଂଚାଳି ସାମଲ ଓ ମିନାକ୍ଷୀ ମହାନ୍ତି କାର୍ଯ୍ୟକ୍ରମକୁ ସହଯୋଗ କରିଥିବାବେଳେ ପ୍ରତ୍ୟୁଷା ପାଣି ଧନ୍ୟବାଦ ପ୍ରଦାନ କରିଥିଲେ I

Recent Post

Live Cricket Update