ସହକାରୀ ଶିକ୍ଷକଙ୍କ ବଦଳି ବାତିଲ ପାଇଁ ବିଧାୟକଙ୍କ ପାଖରେ ଗୁହାରୀ

ସହକାରୀ ଶିକ୍ଷକଙ୍କ ବଦଳି ବାତିଲ ପାଇଁ ବିଧାୟକଙ୍କ ପାଖରେ ଗୁହାରୀ

ଢେଙ୍କାନାଳ , ତା.୧୮.୦୧.୨୦୨୩- ସଦର ବ୍ଲକ୍ ଅନ୍ତର୍ଗତ ନଡିଆଳୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଜୟକୃଷ୍ଣ ସେନାପତିଙ୍କ ପଦଳି ବାତିଲ୍ ଓ ସ୍କୁଲ୍‌ର ବିଭିନ୍ନ ସମସ୍ୟା ବିଷୟରେ ଅଦ୍ୟ ନଡିଆଳୀ ଗ୍ରାମବାସୀ ତଥା ଅଭିଭାବକମାନେ ଢେଙ୍କାନାଳ ବିଧାୟକଙ୍କୁ ଅବଗତ କରାଇଛନ୍ତି । ଗ୍ରାମବାସୀ ଲିଖିତ ଅଭିଯୋଗ କରିଛନ୍ତି କି , ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀ ଚିଠି ନଂ – ୩୯୧ , ତା.୧୬.୦୧.୨୦୨୩ ରିଖ ଅନୁଯାୟୀ ବିଦ୍ୟାଳୟର ସହକାରୀ ଶିକ୍ଷକ ଜୟକୃଷ୍ଣ ସେନାପତିଙ୍କର କାମଧେନୁକୋଟ ଉ.ପ୍ରା . ବିଦ୍ୟାଳୟକୁ ଉଦ୍ଦେଶ୍ୟମୂଳକ ଭାବେ ବଦଳି କରାଯାଇଥିବାରୁ ଅଭିଭାବକମାନଙ୍କୁ ବ୍ୟଥ୍ତ କରିଛି । ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଗୀତାଞ୍ଜଳି ତ୍ରିପାଠୀ ବିଦ୍ୟାଳୟରେ ଯୋଗଦେବା ଦିନ ଠାରୁ ବର୍ତମାନ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ଅନୁଦାନରେ ଅନୀୟମିତତା ଓ ପିଲାଙ୍କର ମଧ୍ୟାହ୍ନ ଭୋଜନ ଖାଦ୍ୟକୁ ହଡପ କରି ଚାରିପାଂଚ ମାସ ମଧ୍ୟରେ ଚାରିଥର ପ୍ରାୟ ୮ ବସ୍ତା ଚାଉଳ ଏବଂ ଗତ ତା୦୪.୦୧.୨୦୨୩ରିଖ ଦିନ ଏକକାଳୀନ ୬ବସ୍ତା ଚାଉଳ ଗ୍ରାମର ବ୍ୟବସାୟୀ ବିଜୟ କୁମାର ସାହୁ , ପିତା କୈଳାସ ଚନ୍ଦ୍ର ସାହୁଙ୍କୁ ବିକ୍ରି କରିଛନ୍ତି । ଏହାର ଫଟୋ କପି ସି.ଆର୍.ସି.ସି.ଙ୍କ ମାଧ୍ୟମରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ନିକଟକୁ ପ୍ରେରଣ କରାଯାଇଛି । ଏଥିରେ ଉତ୍‌କ୍ଷୀପ୍ତ ହୋଇ ପ୍ରଧାନ ଶିକ୍ଷୟିତ୍ରୀ ଉକ୍ତ ଚାଉଳ ବିକ୍ରିରେ ସହଯୋଗ କରିଥିବା ଦୁଇଜଣ ଏସ୍.ଏମ୍.ସି. ସଭ୍ୟ ସହ ମିଶି ଷଡଯନ୍ତ୍ର କରି ବିଦ୍ୟାଳୟର କର୍ତବ୍ୟନିଷ୍ଠ ସହକାରୀ ଶିକ୍ଷକ ଜୟକୃଷ୍ଣ ସେନାପତିଙ୍କ ବିରୋଧରେ ଗୋଷ୍ଠୀ ଶିକ୍ଷା ଅଧିକାରୀ , ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଜିଲ୍ଲାପାଳଙ୍କ ନିକଟରେ ମଥାରୋପ କରି ବିନା ତଦନ୍ତରେ ବଦଳି କରିଛନ୍ତି । ଯାହାକି ଅଭିଭାବକ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଆହୁରି ମଧ୍ୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି କି , ପ୍ରଧାନଶିକ୍ଷୟିତ୍ରୀ ପିଲାମାନଙ୍କୁ ନିମ୍ନମାନର ଖାଦ୍ୟ ସହ ନିମ୍ନମାନର ଅଣ୍ଡା ମଧ୍ୟାହ୍ନ ଭୋଜନରେ ଦେଉଛନ୍ତି , ଫଳରେ ପ୍ରତିଦିନ ୨୦ ରୁ ୨୫ ଜଣ ମଧ୍ୟାହ୍ନ ଭୋଜନ ନଖାଇ ଘରୁ ଟିଫିନ୍ ନେଉଛନ୍ତି । ବିଦ୍ୟାଳୟର ଅନୁଦାନର ସଠିକ୍‌ ବିନିଯୋଗ ନକରି ନିଜ ଇଚ୍ଛା ଅନୁସାରେ ଏସ୍.ଏମ୍.ସି. ଚେୟାରମ୍ୟାନ୍ ବିନା ଦସ୍ତଖତରେ ଟଙ୍କା ଖର୍ଚ୍ଚ କରୁଛନ୍ତି । ଏ ବିଷୟରେ ବାରମ୍ବାର ଗୋଷ୍ଠୀ ଶିକ୍ଷା ଅଧିକାରୀ , ଜିଲ୍ଲା ଶିକ୍ଷାଧିକାରୀ ଏବଂ ଜିଲ୍ଲାପାଳଙ୍କ ନିକଟରେ କମିଟି ଓ ଗ୍ରାମବାସୀ ଅଭିଯୋଗ କରି ଆସୁଥ୍ଲେ ମଧ୍ୟ ପ୍ରଧାନଶିକ୍ଷୟିତ୍ରୀଙ୍କ ଉପରେ କୌଣସି ପ୍ରଭାବ ପଡିନାହିଁ । ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ଉକ୍ତ ସ୍କୁଲ୍‌ର ପ୍ରଧାନଶିକ୍ଷୟିତ୍ରୀଙ୍କୁ ଅନ୍ୟତ୍ର ବଦଳି କରିବା ସହିତ ସହକାରୀ ଶିକ୍ଷକ ଶ୍ରୀ ସେନାପତିଙ୍କ ବଦଳି ବାତିଲ୍‌ କରି ପୁନଃ ନିଯୁକ୍ତି କଲେ ପିଲାମାନଙ୍କର ଶୈକ୍ଷିକ ଉନ୍ନତି ହେବ ଓ ବିଦ୍ୟାଳୟ ସଠିକ୍ ପରିଚାଳନା ହୋଇପାରିବ । ଅଭିଯୋଗ ସମୟରେ ଭଜମନ ବେହେରା , ସହଦେବ ସାହୁ , ବୀରବର ସାହୁ , ସୁରେଶ ରାଉତ , ଟଙ୍କଧର ବେହେରା , ଗଣେଶ ବେହେରା , ନିର୍ମଳ ସାହୁ , ନିରଞ୍ଜନ ସାହୁ , ସଚି ବାରିକ , ଅଶାନ୍ତି ସାହୁ , ପ୍ରଭାତ କୁମାର ସାଠୁଆ , ନିରଞ୍ଜନ ବାରିକଙ୍କ ପ୍ରମୁଖ ବହୁ ଗ୍ରାମବାସୀ ଓ ଅଭିଭାବକମାନେ ଉପସ୍ଥିତ ରହି ବିଧାୟକଙ୍କୁ ଗୁହାରୀ ଜଣାଇଛନ୍ତି ।

Recent Post

Live Cricket Update

× How can I help you?