ନାଲକୋ ର ନେପୁ ୟୁନିୟନ ଓ ଏଚ.ଏମ.ଏସ ପକ୍ଷରୁ ବନ୍ଧୁ ମିଳନ ଅନୁଷ୍ଠିତ

ନାଲକୋ ର ନେପୁ ୟୁନିୟନ ଓ ଏଚ.ଏମ.ଏସ ପକ୍ଷରୁ ବନ୍ଧୁ ମିଳନ ଅନୁଷ୍ଠିତ

ଅନୁଗୋଳ/

ନାଲକୋ:-

ଅନୁଗୋଳ ଜିଲ୍ଲା ର କୁରୁଡୋଲ ହନୁମାନ ବାଟିକା ଠାରେ
ନାଲକୋ ର ନେପୁ ୟୁନିୟନ ଓ ଏଚ.ଏମ.ଏସ ପକ୍ଷରୁ ବନ୍ଧୁ ମିଳନ ଓ ବଣ ଭୋଜି ଅନୁଷ୍ଠିତ ହୋଇଯାଇଛି , ଏଥିରେ ନେପୁ ର ସଭାପତି ତଥା ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ,ପାଳଲହଡା ର ବିଧାୟକ ମୁକେଶ ପାଳ ପୂର୍ବତନ ଗ୍ରାମ୍ୟ ଗୃହ ନିର୍ମାଣ ନିଗମ ର ଅଧକ୍ଷ ମୀନକେତନ ଆମନ୍ତ ,ନେପୁ ୟୁନିୟନ ର ଆଇନ ପରାମର୍ଶ ଦାତା ସୁଶାନ୍ତ ମିଶ୍ର , ନେପୁ ର କାର୍ଯ୍ୟକାରି ସଭାପତି ଅଜୟ ଦାସ , କାର୍ଯ୍ୟକାରି ସଭାପତି ମଙ୍ଗିଲାଲ ସାମଲ , ସମ୍ପାଦକ ବଇରାଗୀ ସେଠ ଙ୍କ ସହିତ , HMS ସଂଗଠନ ଦ୍ଵାରା ଅନୁବନ୍ଧୀତ ଥିବା ସମସ୍ତ ସଂଗଠନ ର କର୍ମକର୍ତା ମାନେ ଓ ନାଲକୋ ର ସମସ୍ତ ଶ୍ରମିକ ମାନେ ଉପସ୍ଥିତ ଥିଲେ , ଏଥିରେ ନେପୁ ୟୁନିୟନ କୁ ଆଗାମୀ ଦିନରେ କିଭଳି ସୁଦୃଢ କରାଯିବ , ସଂଗଠନ କୁ କିଭଳି ମଜଭୁତ କରାଯାଇ ନାଲକୋ ରେ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କ ଉନ୍ନତି କରାଯିବ , ସେମାନଙ୍କର ଦାବୀ ଗୁଡିକ ପୂରଣ କରାଯିବ ସେଥିପାଇଁ ଚେଷ୍ଟିତ ହେବାକୁ ସମସ୍ତ ବିଧାୟକ ମତ ପ୍ରକାଶ କରିଥିଲେ , ଆଗାମୀ ଦିନରେ ଏହି ସଂଗଠନ କୁ କିଭଳି ଅଧିକ ରୁ ଅଧିକ ଶ୍ରମିକ ଯୋଗ ଦେବେ ଓ ସଂଗଠନ କୁ ନାଲକୋ ରେ ଅଫିଲେଟେଡ ସଂଗଠନ ଭାବରେ ଗଢି ତୋଳିବା ପାଇଁ କାର୍ଯ୍ୟ ପନ୍ଥା ଗ୍ରହଣ କରିବାକୁ ଆଲୋଚନା ହୋଇଥିଲା

Recent Post

Live Cricket Update