ଚୌଦ୍ଵାର ରେ ଡ଼ାଇନା ଡାନ୍ସ ସ୍କୁଲ୍ ର ଷଷ୍ଠ ବାର୍ଷିକ ଉତ୍ସବ ପାଳିତ

ଚୌଦ୍ଵାର ରେ ଡ଼ାଇନା ଡାନ୍ସ ସ୍କୁଲ୍ ର ଷଷ୍ଠ ବାର୍ଷିକ ଉତ୍ସବ ପାଳିତ

ଚୌଦ୍ୱାର ପୌରପାଳିକା ଟାଉନ୍ ହଲ୍ ଠାରେ ଗତ ଦୁଇ ଦିନ ଧରି ଡାଇନl ଡାନ୍ସ ସ୍କୁଲ୍ ର ଷଷ୍ଠ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ସ୍କୁଲ୍ ର ନୃତ୍ୟ ଶିକ୍ଷୟିତ୍ରୀ ସୁଶ୍ରୀ ଶୁଭମ୍ ସରିତା କର ଙ୍କ ନେତୃତ୍ୱ ରେ ବହୁ ଧୁମ୍ ଧାମରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ସ୍କୁଲ୍ ର ଚାରୋଟି ଶାଖା ବ୍ରାହ୍ମଣ ସାହି , କଳିଙ୍ଗ ବଜାର, ଚୁଡ଼lଖିଆ, ଏବଂ ଏ ଆର ସି ର ପ୍ରାୟ ୩୦୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଙ୍କୁ ନେଇ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଜିଲ୍ଲା ସ୍ତରରୁ ଆରମ୍ଭ କରି ରାଜ୍ୟ ତଥା ଜାତୀୟ ସ୍ତରରେ ନୃତ୍ୟ ପ୍ରତିଭା କୁ ବିକଶିତ କରିବା ହେଉଛି ଡାଇନl ଡାନ୍ସ ସ୍କୁଲ୍ ର ମୁଖ୍ୟ ଉଦ୍ଦେଶ୍ୟ । ୧ମ ଦିବସର ସଂଧ୍ୟା ରେ ମୂଖ୍ୟ ଅତିଥି ଭାବରେ ଚୌଦ୍ଵାର କଟକ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଡ଼ ପ୍ରଭାତ ରଞ୍ଜନ ବିଶ୍ୱାଳ , ମୂଖ୍ୟ ବକ୍ତା ଭାବେ ଓଲିଉଡ ର ସୁନାମଧନ୍ୟ କଳାକାର ସମୀର ତ୍ରିପାଠୀ, ସମ୍ମାନୀତ ଅତିଥି ଭାବରେ ଆଇ. ଟି. ଟି. ପ୍ରିନିସିପାଲ୍ ଡ଼ କାହୁଁ ଚରଣ ଦାସ ଯୋଗ ଦେଇ ଥିଲେ। ପ୍ରତ୍ୟକ ଦିନ ସକାଳ ୮ ଟା ଠାରୁ ଛାତ୍ର ଛାତ୍ରୀ ମାନକର ନୃତ୍ୟ ପ୍ରତିଯୋଗିତା କରାଯାଇଥିଲା ଏବଂ ସଂଧ୍ୟା ସମୟରେ ସେମାନଙ୍କର ପୁରସ୍କାର ବିତରଣ କରାଯାଇଥିଲା। ଦ୍ଵିତୀୟ ଦିନ ସଂଧ୍ୟାରେ ମୂଖ୍ୟ ଅତିଥି ଭାବରେ ପଦ୍ମଶ୍ରୀ ଶ୍ୟାମା ମଣି ଦେବୀ, ମୁଖ୍ୟବକ୍ତା ଭାବେ ଜ୍ୟୋତିର୍ବିଦ ନିରଞ୍ଜନ ମହାପାତ୍ର , ସମ୍ମାନୀତ ଅତିଥି ଭାବେ ସମାଜ ସେବୀ ପ୍ରଦୀପ ବେହେରା, ଡ଼ ନାରାୟଣ ବିଶ୍ୱାଳ, ସଙ୍ଗୀତଜ୍ଞ ସଞ୍ଜୟ କୁମାର ଦାସ, ଆଇନୀଜିବି ସୌରଚନ୍ଦ୍ର ମହାପାତ୍ର ପ୍ରମୁଖ ଯୋଗ ଦେଇ ଥିଲେ। ଅନୁଷ୍ଠାନ ର ସମସ୍ତ ଭଲେନଟିୟର ମାନେ ଏହି କାର୍ଯ୍ୟକ୍ରମ କୁ ଅତି ଶୃଙ୍ଖଳାର ସହିତ ପରିଚାଳନା କରିଥିଲେ। ଶେଷରେ ବିମଳ କୁମାର ବେଉରା ଓ ଗାୟତ୍ରୀ ସ୍ବାଇଁ ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ।

ଚୌଦ୍ଵାର ରୁ ପବିତ୍ର କୁମାର ମହାନ୍ତି ଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନିୟୁଜ୍।

Recent Post

Live Cricket Update