ଢେଙ୍କାନାଳ ନବନିର୍ମାଣ କୃଷକ ସଂଗଠନର କଟ୍‌ ଛନୀ ବନ୍ଦ ପାଇଁ ଅଭିନବ ପ୍ରତିବାଦ

ଢେଙ୍କାନାଳ ନବନିର୍ମାଣ କୃଷକ ସଂଗଠନର କଟ୍‌ ଛନୀ ବନ୍ଦ ପାଇଁ ଅଭିନବ ପ୍ରତିବାଦ

ଢେଙ୍କାନାଳ , ୧୯.୦୧.୨୦୨୩ – ଅଦ୍ୟ ଢେଙ୍କାନାଳ ଜିଲ୍ଲା ନବନିର୍ମାଣ କୃଷକ ସଂଗଠନ ତରଫରୁ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ଧାନବସ୍ତା ରଖୁ ଚାଷୀମାନେ ଆନ୍ଦୋଳନ କରିଥିଲେ । ସମଗ୍ର ଜିଲ୍ଲାରେ ଧାନମଣ୍ଡିମାନଙ୍କରେ କୁଇଂଟାଲ୍ ପିଛା ୪ କେ.ଜି. ଠାରୁ ଆରମ୍ଭ କରି ୨୦କେଜି ପର୍ଯ୍ୟନ୍ତ ମନଇଚ୍ଛା ଧାନ କାଟୁଛନ୍ତି । ସରକାରଙ୍କର ନିୟମ ଭିନ୍ନ ପ୍ରକାର ଥିବାବେଳେ ମିଲର ଓ ସୋସାଇଟ୍ କର୍ମଚାରୀ ମଧୁଚନ୍ଦ୍ରିକା ଏଭଳି କାରାନାମା କରୁଛନ୍ତି ବୋଲି ଜଣାପଡିଛି । ଅଖା ଟଙ୍କା ନଫେରାଇ ଚାଷୀଙ୍କୁ ଶୋଷଣ କରାଯାଉଛି । ଜିଲ୍ଲା ପ୍ରଭାରୀ ଅଶ୍ବିନୀ କୁମାର ଜେନାଙ୍କ ନେତୃତ୍ବରେ ଚାଷୀମାନେ ଅଭିନବ ପ୍ରଣାଳୀରେ ପ୍ରତିବାଦ ଜଣାଇଛନ୍ତି । ଏ ସମ୍ପର୍କରେ ଚାଷୀମାନଙ୍କ ପାଇଁ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବା ପାଇଁ କୁହାଯାଇଛି । ତୁରନ୍ତ ନବନିର୍ମାଣ କୃଷକ ସଙ୍ଗଠନର ଦାବୀ ଯଥାର୍ଥ କି ନୁହଁ ତର୍ଜମା କରି ସୁବ୍ୟବସ୍ଥିତ କରାଯାଉ । ଜିଲ୍ଲା ସହ – ସଂଯୋଜକ ପ୍ରହଲ୍ଲାଦ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Recent Post

Live Cricket Update