ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀ ଯୋଗରେ ଚମ୍ପିୟନ୍

ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀ ଯୋଗରେ ଚମ୍ପିୟନ୍

ଢେଙ୍କାନାଳ , ୧୯.୦୧.୨୦୨୩ – ଅଦ୍ୟ ଢେଙ୍କାନାଳ ଜିଲ୍ଲା ଶିକ୍ଷାଧୂକାରୀଙ୍କ କାର୍ଯ୍ୟାଳୟରେ ଜିଲ୍ଲା ବିଦ୍ୟାଳୟ ସ୍ତରୀୟ ଯୋଗାସନ ଓ ଚେସ୍‌ ଚମ୍ପିୟନ୍‌ସିପ୍ – ୨୦୨୨- ୨୩ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗଦେଇ ବିଭିନ୍ନ ଯୋଗ ପ୍ରଦର୍ଶନ କରି ଚମ୍ପିୟନ୍ ହୋଇଛନ୍ତି । ବରିଷ୍ଠ ବିଭାଗରେ ବର୍ଷାରାଣୀ ରଣା- ପ୍ରଥମ , ସୌସୁମୀ ରାଉତ- ଦ୍ଵିତୀୟ , ସୋନାଲି ସାହୁ ତୃତୀୟ , ସୌରଦୀପ୍ତ ରାଉତ – ଚତୁର୍ଥ ସ୍ଥାନ ଅଧିକାର କରିଥିବାବେଳେ କନିଷ୍ଠ ବର୍ଗରେ ଶୁଭ୍ରମନ୍ୟୁ କରନ୍ ପ୍ରଥମ , ସମଶ୍ରୀ ବେହେରା – ଦ୍ବିତୀୟ , ଦିବ୍ୟଜ୍ୟୋତି ରଣା – ଦ୍ବିତୀୟ ଓ ଶୁଭକାଂକ୍ଷା ପି . ସାହୁ – ତୃତୀୟ ସ୍ଥାନ ଅଧିକାର କରିଥିଲେ । ଉକ୍ତ ଯୋଗାସନ ବେଳେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ମିନତୀ ଦେହୁରୀ ଛାତ୍ରଛାତ୍ରୀମାନେ ରାଜ୍ୟସ୍ତରକୁ ଚୟନ ହୋଇଥିବାରୁ ଖୁସି ପ୍ରକଟ କରିଛନ୍ତି । ବିଦ୍ୟାଳୟର ଯୋଗ ପ୍ରଶିକ୍ଷିକା ମନସିନୀ ମିଶ୍ରଙ୍କ ପ୍ରଶିକ୍ଷଣରେ ଛାତ୍ରଛାତ୍ରୀମାନେ ରାଜ୍ୟସ୍ତରକୁ ଚୟନ ହୋଇଛନ୍ତି ।

Recent Post

Live Cricket Update