ସଡକ ସୁରକ୍ଷା ସପ୍ତାହ ଅବସରରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ସଡକ ସୁରକ୍ଷା ସପ୍ତାହ ଅବସରରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

କଣ୍ଟାବଣିଆ – ଢେ଼ଙ୍କାନାଳ ଜିଲ୍ଲା କଣ୍ଟାବଣିଆ ସ୍ଥିତ ଟାଟା ଷ୍ଟିଲ କାର୍ଯ୍ୟରତ(ଏସ ଜି ବି ବ୍ରାଣ୍ଡ ସେଫ୍ପୱେ ପ୍ରାଇଭେଟ୍ ଲିମିଟେଡ) SGB BrandSafeway pvt Ltd କମ୍ପାନୀ ପକ୍ଷରୁ’ ସଡ଼କ ସୁରକ୍ଷା ଜୀବନ ରକ୍ଷା ” ଉପରେ ପର୍ଯ୍ୟବେସିତ ଏକ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପ୍ଲାଣ୍ଟ ପରିସରରେ ଓ ଏନ୍ ଏଚ୍ ୫୫ନମ୍ବର ଜାତୀୟ ରାଜପଥ ଉପରେ ଯାଉଥିବା ଗାଡ଼ି ମୋଟର କୁ ଅଟକାଇ ସଚେତନତା ବାର୍ତ୍ତା ପ୍ରଚାର କରାଯାଇଥିଲା। କମ୍ପାନୀରେ କାର୍ଯ୍ୟରତ କର୍ମଚାରୀ ରମେଶ ଚନ୍ଦ୍ର ସାମଲ ଯମରାଜା ଭୂମିକାରେ ଓ ଭାଗୀରଥୀ ସମଲ – ଚିତ୍ର ଗୁପ୍ତ ଭୂମିକାରେ ବେଶ ହୋଇ ସଡ଼କ ସୁରକ୍ଷା ଜୀବନ ରକ୍ଷା ର ବାର୍ତ୍ତା ପ୍ରଚାର କରିଥିଲେ। ଏହି କାର୍ଯ୍ୟକ୍ରମ ଦୁଇ ଦିନ ଧରି ଚାଲିଛି। ଅନ୍ୟ ମାନଙ୍କ ମଧ୍ୟରେ ଟାଟା ଷ୍ଟିଲ୍ ମେରାମାଣ୍ଡାଳିର ଉପସ୍ଥିତି ଆମିୟ ରଂଜନ ଦେହୁରୀ-ଆସଷ୍ଟ ମ୍ୟାନେଜର୍- CMP , ଦେବଶିଶ ନାୟକ-ସୁରକ୍ଷା ପରିଚାଳକ , SGB ​​ବ୍ରାଣ୍ଡ ସଫେଇର କର୍ମଚାରୀମାନେ ,ସାନ୍ତୋଶ ରାଜଭାର – ଅପରେସନ୍ ମ୍ୟାନେଜର , ସାଗର ପ୍ରଧାନ- ସୁରକ୍ଷା ପରିଚାଳକ, ଅଶୋକ କୁମାର ମଲ୍ଲିକ-ସୁରକ୍ଷା ଅଧିକାରୀ, ସୁନୀତା ବାରିକ୍ – ସୁରକ୍ଷା ଅଧିକାରୀ, ଭାଗାଶ୍ରୀ ପଟ୍ଟନାୟକ-ସୁରକ୍ଷା ଅଧିକାରୀ,ସିବା ପ୍ରସାଦ ରଥ-ସୁରକ୍ଷା ଅଧିକାରୀ, ଅଜିତ ପାଟ୍ରୋ – ଶ୍ରୀ ସୁପରଭାଇଜର, ଗିରିଶ୍ ଶୋ-ଶ୍ରୀ ପର୍ଯ୍ୟବେକ୍ଷକ,ସିକନ୍ ଭୁଟିଆ-ଶ୍ରୀ ପର୍ଯ୍ୟବେକ୍ଷକ, ଦୀପକ କୁମାର – EHs ଅଫିସର୍,
ପର୍ବେଜ୍ ଖାନ୍ -EHS ଅଫିସର୍ ଓ ସମସ୍ତ ସ୍କାଫୋଲ୍ଡର ଏହି ସଚେତନତା କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିଲେ । ଏହି ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଗତକାଲି ଓ ଆଜି ଚାଲୁ ରହିଥିଲା।

Recent Post

Live Cricket Update