



ସଂଗ୍ରାମୀ ବୀର ଚାଖି ଖୁଣ୍ଟିଆ ଜୟନ୍ତୀ ପାଳିତ
ଅଦ୍ଯ ତା ୨୦୦୧.୨୦୨୩ରିଖ ଶୁକ୍ରବାର ଢେଙ୍କାନାଳ ଜିଲ୍ଲାର ପୈ।ରାଞ୍ଚଳରେ ଅବସ୍ଥିତ ଡଃ ଦାଶରଥି ମିଶ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ସଂଗ୍ରାମୀ ବୀର ଚାଖି ଖୁଣ୍ଟିଆ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଦିବସ ଉପଲକ୍ଷେ ଏକ ସଭାର ଆୟୋଜନ କରାଯାଇ ବୀର ଚାଖି ଖୁଣ୍ଟିଆ ଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଏହି ସଭାରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଅଞ୍ଜନା ମିଶ୍ର ସଭାପତିତ୍ବ କରି ଚାଖି ଖୁଣ୍ଟିଆ ଙ୍କ ଦେଶ ପ୍ରେମ ତଥା ସିପାହୀ ବିଦ୍ରୋହରେ ତାଙ୍କ ର ରାଣୀ ଲକ୍ଷ୍ମୀ ବାଇ ଙ୍କ ପ୍ରତି ସମର୍ଥନ ପ୍ରଭୃତି ବର୍ଣ୍ଣନା କରିବା ସହ ଶେଷ ଜୀବନରେ ତାଙ୍କର ଆଧ୍ୟାତ୍ମିକ ଭାବଧାରା ଉପରେ ଆଲୋଚନା କରି ଥିଲେଓଦେଶ ରସେବା କୁ ଗୁରୁତ୍ବ ଦେବା ପାଇଁ ପିଲାମାନଙ୍କୁ ଆହ୍ବାନ ଦେଇଥିଲେ।ଶିକ୍ଷକ ଶ୍ରୀ ସୁଶୀଳ କୁମାର ସାହୁ ସମାଜ ପ୍ରତି ତାଙ୍କର ଅବଦାନ ଉପରେ ଆଲୋଚନା କରି ତାଙ୍କ ର ଆଦର୍ଶ ରେ ଅନୁପ୍ରାଣିତ ହେବାପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ଉପଦେଶ ଦେଇଥିଲେ।ଶିକ୍ଷକ ଶ୍ରୀ ଅଶୋକ କୁମାର ପ୍ରଧାନ ତାଙ୍କର ଜୀବନ ଉପରେ ବକ୍ତୃତା ଦେଇଥିଲେ। ଶେଷରେ ଶିକ୍ଷୟିତ୍ରୀ ଶ୍ରୀମତୀ କବିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।