କେନ୍ଦ୍ରାପଡ଼ା ରେ ୧ ଟଙ୍କିଆ ଡାକ୍ତରଖାନା ସୋମବାର ଦିନ ଆରମ୍ଭ

କେନ୍ଦ୍ରାପଡ଼ା ରେ
୧ ଟଙ୍କିଆ ଡାକ୍ତରଖାନା ସୋମବାର ଦିନ ଆରମ୍ଭ
ଓଡ଼ିଶା ରାଜ୍ୟ ରେ ସଭିଏଁ
*ଡ. ଶଙ୍କର ରାମଚାନ୍ଦାନୀଙ୍କ* ବିଷୟରେ ଯାଣିଥିବେ । ସମ୍ବଲପୁରୁ ବୁର୍ଲା ମେଡିକାଲ କଲେଜ ର ସେ ଜଣେ ଦକ୍ଷ ଓ ଏହି କଳି ଯୁଗରେ ଈଶ୍ୱର ତୁଲ୍ୟ ଡାକ୍ତର ଅଟନ୍ତି । ଗରିବଶ୍ରେଣୀର ଲୋକ ମାନଙ୍କୁ ସେ ୧ ଟଙ୍କାରେ ସେବା ପ୍ରଦାନ ସହ ଭିନ୍ନ ଭିନ୍ନ ପ୍ରକାରର *ଔଷଧ* ମଧ୍ଯ ଦିଅନ୍ତି। ତାଙ୍କର ସେବା ମନବ୍ରୁତି ନିମନ୍ତେ ବିଭିନ୍ନ ଜିଲ୍ଲା ଓ ରାଜ୍ଯରେ ଅନେକ ବୁଦ୍ଧିଜୀବି ଓ ଜ୍ଞାନୀଜନ ମାନେ ପ୍ରଶଂସା କରନ୍ତି । ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ଆୟୋଜନ ରେ
ଡ. ରାମ ଚନ୍ଦାନୀ *ଗରିବ* ଓ *ଅସହାୟ* ରୋଗୀଙ୍କୁ ସେବା ପ୍ରଦାନ ନିମନ୍ତେ ଚଳିତ ମାସ ୨୩ ତାରିଖରେ *କେନ୍ଦ୍ରାପଡା ଜିଲ୍ଲା ଆସୁଛନ୍ତି* । ୨୩ ତାରିଖ ଦିନ ସକାଳ ୮ ଘଟିକାରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ
*କାକଟ ଲକ୍ ଛକ* ସ୍ବୟଂ ସେଲିବ୍ରେସନ ମଣ୍ଡପରେ ରୋଗୀମାନଙ୍କ ସେବା ଆରମ୍ଭ କରିବେ । ଏହି ସେବାରେ ସାମିଲ ହେବା ପାଇଁ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଶ୍ରୀଯୁକ୍ତ ଦମନ ମହାନ୍ତି ସଭିଙ୍କୁ ନିବେଦନ କରିଛନ୍ତି । ଶ୍ରୀଯୁକ୍ତ ମହାନ୍ତି ତାଙ୍କର ବାର୍ତ୍ତା ରେ ସହର ବାସୀ ଙ୍କୁ ନିବେଦନ କରିଛନ୍ତି କି ଏହି ଡାକ୍ତରୀ ସେବା କେବଳ *ଗରିବ* ଏବଂ *ଅସହାୟ ରୋଗୀ* ମାନଙ୍କ ପାଇଁ। କେନ୍ଦ୍ରାପଡ଼ା ଜିଲ୍ଲାର ଆଖ ପାଖ ସମସ୍ତ ବ୍ଲକ୍ ଓ ଗ୍ରାମ ପଞ୍ଚାୟତ ଅଧୀନ ଅସହାୟ ପରିସ୍ଥିତି ରେ ଥିବା ରୋଗୀ ନିଜର ଚିକିତ୍ସା ସୁବିଧା ପାଇଁ ପୂର୍ବରୁ ଯୋଗାଯୋଗ କରି ନିଶ୍ଚୟ ଆସିବା ପାଇଁ
*ଯୋଗାଯୋଗ* କରିବା ନିମନ୍ତେ ନମ୍ବର ହେଲା 9438816272, 8249699122, 6372817916।

କେନ୍ଦ୍ରାପଡ଼ା ରୁ ରିପୋର୍ଟର
ଭ୍ରମର ବର ବେହେରା
ଜାଗ୍ରତ ଭାରତ ନ୍ୟୁଜ୍

Recent Post

Live Cricket Update