ଗଡ୍‌ରେଜ୍ ଟ୍ରେଡ୍ ଫେୟାର ଅନୁଷ୍ଠିତ

ଗଡ୍‌ରେଜ୍ ଟ୍ରେଡ୍ ଫେୟାର ଅନୁଷ୍ଠିତ

ଢେଙ୍କାନାଳ , ୨୦।୧ : ଢେଙ୍କାନାଳ ସହରସ୍ଥିତ ଗୋପବନ୍ଧୁ ଟାଉନ୍ ହଲ୍‌ଠାରେ ଗଡ୍‌ରେଜ୍ କମ୍ପାନୀ ଓ ବିୟୁଟି ପ୍ୟାଲେସ୍ ଦ୍ବାରା ଗଡ୍‌ରେଜ୍ ଟ୍ରେଡ୍ ଫେୟାର ଅନୁଷ୍ଠିତ ହୋଇଯାଇଅଛି । ସାଧାରଣତନ୍ତ୍ର ଦିବସ ପାଇଁ ଏହା ଚଳିତ ମାସ ୨୨ ତାରିଖ ଠାରୁ ଆରମ୍ଭ ହୋଇ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଏହି ମେଳାକୁ କମ୍ପାନୀର ଟ୍ରେଡ୍ ମାର୍କେଟିଙ୍ଗ୍ ପରିଚାଳକ ପ୍ରେମାଂସୁ ଦାସ , କ୍ଷେତ୍ର ପରିଚାଳକ ( ବିକ୍ରୟ ) ରାଜେଶ କୁମାର ଦାକ , ଟିମ୍ ଲିଡର୍ ଶ୍ଵସ୍ତିକ୍ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ମେଳାକୁ ଉଦ୍‌ଘାଟନ କରିଥିଲେ । ଏହି ମେଳାରେ କମ୍ପାନୀର ଫ୍ରିଜ୍‌ , ଓ୍ୱାସିଙ୍ଗ୍ ମେସିନ୍ , କୁଲର୍ , ଏ . ସି . ଇତ୍ୟାଦି ଘରୋଇ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଗ୍ରାହକମାନଙ୍କୁ ଫାଇନାନ୍ସ ଦ୍ଵାରା ସହଜରେ ଉପଲବ୍ଧ କରାଯାଏ । ଏହି ମେଳାକୁ ଭ୍ରମଣ କରି ବିଭିନ୍ନ ଉପକରଣ କ୍ରୟ କରିବା ପାଇଁ ଜନସାଧାରଣଙ୍କୁ କମ୍ପାନୀ ପକ୍ଷରୁ ଅନୁରୋଧ କରାଯାଇଛି ।

Recent Post

Live Cricket Update