ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ଧର୍ମଘଟ ଘୋଷଣା

ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ଧର୍ମଘଟ ଘୋଷଣା

ଢେଙ୍କାନାଳ , ୨୦।୧ : ଭାରତୀୟ ଷ୍ଟେଟ୍‌ବ୍ୟାଙ୍କ ଢେଙ୍କାନାଳ ଜୋନ୍‌ର କର୍ମଚାରୀମାନେ ଅଦ୍ୟ ମୁଖ୍ୟ ଶାଖା ସମ୍ମୁଖରେ ଏକତ୍ରିତ ହୋଇ ଚଳିତ ମାସ ୩୦ ଓ ୩୧ ତାରିଖରେ ହେବାକୁ ଥିବା ଧର୍ମଘଟ ପାଇଁ ଅଭ୍ୟାସ କରିଛନ୍ତି । ସାପ୍ତାହିକ ୫ ଦିନ ବ୍ୟାଙ୍କିଙ୍ଗ୍ , ଅବସର କର୍ମଚାରୀମାନଙ୍କ ପାଇଁ ପେନ୍‌ସନ୍‌ ରିଭିଜନ୍ ଓ ଅବସର ବେତନ ସଂଶୋଧନ ଇତ୍ୟାଦି ଦାବୀକୁ ନେଇ ଏହି ଧର୍ମଘଟ କରିବା ପାଇଁ ସ୍ଥିର କରିଛନ୍ତି । ଏହି ଅଭ୍ୟାସ ପ୍ରଦର୍ଶନୀ ବେଳେ ସହକାରୀ ସାଧାରଣ ସଂପାଦକ ଦେବୀ ପ୍ରସାଦ ମିଶ୍ର , ଗୋପାଳ ସାହୁ , ସୌମ୍ୟ ମିଶ୍ର , ଜିତେନ୍ଦ୍ର ଦାସ , ଦିତିକୃଷ୍ଣ ମଲ୍ଲିକ , ଚୈତନ୍ୟ ଖୁଣ୍ଟିଆ , ପ୍ରଜ୍ଞା ସେଠୀ , ସୁଶାନ୍ତ ସାହୁ , ସାବିତ୍ରୀ ପଣ୍ଡା , ଲିପିନା ବେହେରା , ମାନସ ସାମନ୍ତ ରାଏ , ଶୁଭେନ୍ଦୁ ପଣ୍ଡା , ସୁବ୍ରମଣ୍ୟମ୍ ବିଶ୍ବାଳ ଓ ସନ୍ତୋଷ ବରାଳ ପ୍ରମୁଖ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ ।

Recent Post

Live Cricket Update