ମଙ୍ଗୁଳି ମେଲଭିନ ଜୋନ୍ସ ଆଇ ହସ୍ପିଟାଲ କୁ ଜାନୁଆରୀ 23 ରେ ଉଦଘାଟନ କରିବେ ରାଜ୍ୟପାଳ
କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ୱାର ସ୍ଥିତ ମଙ୍ଗୁଳି ଠାରେ ଲାଇନ୍ସ କ୍ଲବ ପକ୍ଷ ରୁ ମେଲଭିନ ଜୋନ୍ସ ଆଇ ହସ୍ପିଟାଲ କୁ ଓଡିଶା ର ମାନ୍ୟବର ରାଜ୍ୟପାଳ ଜାନୁଆରୀ 23ରେ ଉଦଘାଟନ କରିବେ l ଆଜି ଉକ୍ତ ଆଇ ହସ୍ପିଟାଲ ତରଫରୁ ଏକ ସାମ୍ବାଦିକ ସମିଳନୀ ଡକାଯାଇଥିଲା l ଏହି ହସ୍ପିଟାଲ ଟି ମଙ୍ଗୁଳି ରେ ପ୍ରତିଷ୍ଠା ହେବା ସହିତ ଟାଙ୍ଗୀ, ଚୌଦ୍ୱାର, ଜଗତପୁର ଏବଂ ଏହାର ଆଖ ପାଖ ଅଂଚଳ ର ସମସ୍ତ ଜନସାଧାରଣ ମାନଙ୍କ ର ଚକ୍ଷୁ ସମ୍ଭର୍ଦ୍ଧିତ ସମସ୍ତ ଚିକିତ୍ସା ଯୋଗାଇ ଦେବା ସହ ଏକ ମାସ ପର୍ଯ୍ୟନ୍ତ ମାଗଣା ଚିକିତ୍ସା ପ୍ରଦାନ କରାଯିବ ବୋଲି ହସ୍ପିଟାଲ ର ଚେୟାରମ୍ୟାନ ଗଣେଶ ପ୍ରସାଦ କଣ୍ଡେଇ ପ୍ରକାଶ କରିଥିଲେ । ରେଟିନା, ମୋତିଆ ବିନ୍ଦୁ, ଆଦି ର ଚିକିତ୍ସା ଓଡିଶା ସରକାର ଙ୍କ BSKY scheme ମାଧ୍ୟମ ରେ ମାଗଣା ରେ ପ୍ରଦାନ ବକରାଯିବ l ଏହି ସାମ୍ୱାଦିକ ସମିଳନୀ ରେ ହସ୍ପିଟାଲ ର କାର୍ଯ୍ୟ କାରୀ ସଭାପତି ମାତାଦିନ ଉଦୟପୁରିଆ, ସି. ଇ. ଓ ବିଶ୍ୱନାଥ ଧନୁକା, ସେକ୍ରେଟାରୀ ରାଜେଶ କୁମାର ଝୁନୁ ଝିନୁ ୱାଲ ପ୍ରମୁଖ ଉପସ୍ଥିତ ଥିଲେ l
ଚୌଦ୍ଵାର ରୁ ପବିତ୍ର କୁମାର ମହାନ୍ତି ଙ୍କ ରିପୋର୍ଟ୍ ଜାଗ୍ରତ ନିୟୁଜ ।