



ଚୌଦ୍ଵାର ସରକାରୀ କପାଳେଶ୍ୱର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୩୨ ତମ ବାର୍ଷିକ ଉତ୍ସବ
କଟକ ଜିଲ୍ଲା ଅନ୍ତର୍ଗତ ଚୌଦ୍ଵାର ସ୍ଥିତ ସରକାରୀ କପାଳେଶ୍ୱର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୩୨ ତମ ବାର୍ଷିକ କ୍ରୀଡା ମହୋତ୍ସବ ଓ ମୀନା ବଜାର ଜାନୁଆରୀ ୧୭ ତାରିଖରେ ଆରମ୍ଭ ହୋଇ ଜାନୁଆରୀ ୧୯ ତାରିଖରେ ଶେଷ ହୋଇଅଛି ।ଏହି ମହୋତ୍ସବ ରେ ମୁଖ୍ୟ ଅତିଥି ଭାବେ ୪ନମ୍ବର ୱାର୍ଡ଼ ର ପାରିଷଦ ଶ୍ରୀଯୁକ୍ତ ଅଜୟ କୁମାର ବେହେରା ଉପସ୍ଥିତ ରହି ବକ୍ତବ୍ୟ ମାଧ୍ଯମରେ କୁନି କୁନି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ସମ୍ମାନିତ ଅତିଥି ଭାବେ ଗଣମାଧ୍ୟମ ପ୍ରତିନିଧି ତଥା ବିଜେଡ଼ି ଯୁବନେତା ଶ୍ରୀଯୁକ୍ତ ବିମଳ କୁମାର ବେଉରା ଯୋଗଦେଇଥିଲେ । ଏହି ବାର୍ଷିକ ଉତ୍ସବରେ ବିଦ୍ୟାଳୟର କୁନିକୁନି ପିଲାମାନେ କ୍ରୀଡା ସହ ନାଚ ଓ ଗୀତ ପରିବେଷଣ କରିଥିଲେ। ଯାହା ଅତ୍ୟନ୍ତ ମନ ମୁଗ୍ଧକର ହୋଇଥିଲା । ଏବଂ କୁନିକୁନି ପିଲାମାନଙ୍କୁ ସେମାନଙ୍କର କୃତିତ୍ଵ ପାଇଁ ପୁରସ୍କାର ପ୍ରଦାନ କରାଯାଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ମଞ୍ଜୁ ବାଳା ଦାସ ଓ ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ ଶ୍ରୀମତୀ କାଞ୍ଚନ ବାଳ। ବେହେରା, ଶ୍ରୀମତୀ ପ୍ରମିଳା ସାହୁ, ଶ୍ରୀମତୀ ସୁଚିସ୍ମିତା ପ୍ରଧାନ,ଶ୍ରୀମତୀ ନମିତା କୁମାରୀ ମହାରଣା, ଶ୍ରୀମତୀ ଏଚ ଶିବାନୀ, ଏବଂ ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ସମ୍ବିତ କୁମାର ବେହେରା, ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ମହାରଣା, ପି. ଇ. ଟି ଶ୍ରୀମାନ ଶ୍ରୀକାନ୍ତ କୁମାର ବେହେରା, ଚିତ୍ରାଙ୍କନ ଶିକ୍ଷକ ସୋମଜିତ୍ ସେଠୀ ଙ୍କ ସହଯୋଗ ତଥା ବିଦ୍ୟାଳୟ ର ପରିଚାଳନା କମିଟି ର ଶ୍ରୀଯୁକ୍ତ ନାରାୟଣ ସାହୁ, ଗିରିଶ ଚନ୍ଦ୍ର ସାହୁ, ସୁଶାନ୍ତ ବେହେରା ଓ ଶ୍ରୀମତୀ ନମିତା ବେହେରା, ସଂଯୁକ୍ତା ସାହୁ ପ୍ରମୁଖ ସହଯୋଗ କରିଥିଲେ।
ବିଜ୍ଞାପନ
ଚୌଦ୍ଵାର ରୁ ପବିତ୍ର କୁମାର ମହାନ୍ତି ଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନିୟୁଜ୍।