ରୋଟରୀ ପବ୍ଲିକ୍ ସ୍କୁଲ ର ୪୮ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଅନୁଗୋଳ ଜିଲ୍ଲାର ସଦର ମହକୁମା ରେ ଅବସ୍ଥିତ ଏକ ଲବ୍ଧ ପ୍ରତିଷ୍ଠିତ ବିଦ୍ୟାଳୟ ରୋଟରୀ ପବ୍ଲିକ ସ୍କୁଲ ନିଜର ୪୮ତମ ବାର୍ଷିକ ଉତ୍ସବ ପାଳନ କରିଥିଲା, ଦୁଇ ଦିନ ବ୍ୟାପି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା , ଆଜି ଏହାର ଉଦଯାପନୀ ଉତ୍ସବରେ ପ୍ରଥମେ ମୁଖ୍ୟ ଅତିଥି ବୀର ଚକ୍ର ଯୁଦ୍ଧ ସେବା ରେ ପୁରସ୍କୃତ ଗ୍ରୁପ କ୍ୟାପଟେନ ଶ୍ରୀଯୁକ୍ତ ଅତନୁ ଗୁରୁ ଯୋଗ ଯେଇଥିଲେ ସେହିପରି ସଂମ୍ମାନିତ ଅତିଥି ଭାବରେ ଓଲିଉଡ଼ ଅଭିନେତା ଦୀପକ କୁମାର ,ରୋଟରୀ ଗ୍ରୁପ ର ଚେୟାରମ୍ୟାନ ନିଖିଳ ରଞ୍ଜନ ମିଶ୍ର ଯୋଗ ଦେଇଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ , ସୁନ୍ଦର ବେଦ ପାଠ ଓ ଓଡିଶୀ ନୃତ୍ୟ ରୁ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିବା ବେଳେ ଉପାଧ୍ୟକ୍ଷ ଡକ୍ଟର ମନୋରଞ୍ଜନ ପଣ୍ଡା ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ , ଅଧକ୍ଷ ଅଶୋକ କୁମାର ବେହେରା ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ ଏହାପରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ନୃତ୍ୟ, ସଂଗୀତ ଇଂରେଜି ଡ୍ରାମା , ବିଦ୍ୟାଳୟ ର ନିଜସ୍ୱ ବ୍ୟାଣ୍ଡ ଦ୍ଵାରା ସଂଗୀତ ପରିବେଷଣ କରାଯାଇଥିଲା , ଓଲିଉଡ଼ ର ଅଭିନେତା ଦୀର୍ଘ ଦିନ ପରେ ଅନୁଗୋଳ କୁ ଆସିଥିବାରୁ ଖୁସି ବ୍ୟକ୍ତ କରିଥିଲେ , ଛାତ୍ର ଛାତ୍ରୀ ଙ୍କ ଦ୍ଵାରା କାଞ୍ଚି ଅଭିଜାନ ନୃତ୍ୟ ଦର୍ଶକ ମାନଙ୍କୁ ବେଶ ବିମୋହିତ କରିଥିଲା, କୃତି ଛାତ୍ର ଛାତ୍ରୀ ଙ୍କୁ ମୁଖ୍ୟ ଅତିଥି ପୁରସ୍କାର ପ୍ରଦାନ କରିଥିଲେ , ଶେଷରେ ଜାତୀୟ ସଂଗୀତ ପରିବେଷଣ ସହିତ କାର୍ଯ୍ୟକ୍ରମ କୁ ଶେଷ କରାଯାଇଥିଲା |

ଅନୁଗୋଳ ଜିଲ୍ଲାରୁ ରାଜେଶ ପାତ୍ର ଙ୍କ ରିପୋର୍ଟ୍

Recent Post

Live Cricket Update