



*ନୂଆହତା ଜଳିସାହିରେ ବ୍ୟାପକ ଫସଲ ନଷ୍ଟ କଲେ ଜଙ୍ଗଲୀ ହାତୀପଲ*
ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ନୂଆହତା ଗ୍ରାମ ପଞ୍ଚାୟତ ର ଜଳିସାହିରେ ବ୍ୟାପକ ଫସଲ ନଷ୍ଟ କଲେ ଜଙ୍ଗଲୀ ହାତୀପଲ। ଦିନକୁ ଦିନ ହାତୀ ମାନଙ୍କ ଉତ୍ପାତ ବଢି ଚାଲିଥିଲେ ମଧ୍ୟ ବନ ବିଭାଗ ସେତେଟା ଦୃଷ୍ଟି ଦେଉନଥିବା ସାଧାରଣରେ ଅଭିଯୋଗ ହୋଇଛି। ନୂଆହତା ର ବିକ୍ରମ କେଶରୀ ସିଂହ ନିଜ ବିଲରେ ମୁଗ, ବିରି, କାକୁଡି, ଭେନଡି,, କଖାରୁ, ଝନି, ଶାଗ ଆଦି ଫସଲ ଲଗାଇଥିଲେ। ଗତ କାଲି ରାତିରେ ହାତୀପଲ ଆସି ସମ୍ପୂର୍ଣ୍ଣ ଫସଲ ନଷ୍ଟ କରିଦେଇଥିବା ଜଣାପଡିଛି। ଫଳରେ ଜଳି ସାହିର ଅଧିବାସୀ ଓ ନିଜେ ବିକ୍ରମ ସିଂହ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବାରମ୍ବାର ହାତୀପଲ ଗାଁ ମୁହାଁ ହେଉଥିଲେ ମଧ୍ୟ ହାତୀ ଘଉଡାଇବା ରେ ସମ୍ପୂର୍ଣ୍ଣ ବିଫଳ ବନ ବିଭାଗ। ହାତୀପଲ କୁ ଦେଖି ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହୁଛନ୍ତି। ସନ୍ଧ୍ୟା ହେଲେ ଘରୁ ବାହାରିବାକୁ ଡରୁଛନ୍ତି ସାଧାରଣ ଲୋକ। ଏଥିପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।
ବିଜ୍ଞାପନ