ନାଲକୋ ସିପିପି ଛକରେ ପିଛା ଛାଡ଼ୁନି ଦୁର୍ଘଟଣା, କାରକୁ ଧକ୍କା ଦେଲା ଟ୍ରକ

ବ୍ଲାକ୍ ସ୍ପଟ ବନି ଯିବକି ସି ପି ପି ଛକ

ଅନୁଗୋଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ନାଲକୋ ସିପିପି ଛକ ଠାରେ ଆଜି ପୃଥକ୍ ପୃଥକ୍ ଦୁଇଟି ଦୁର୍ଘଟଣା ହୋଇଛି । ଆଜି ପୂର୍ବାହ୍ନ ୧୦ ଘଟିକା ସମୟରେ ରାସ୍ତା ସଫା କରୁଥିବା ଭାକୁମ୍ ମେସିନ୍ ୪୦୭ ଟ୍ରକକୁ ନାଲକୋ କାରଖାନାର ଆସୁଥିବା କୋଇଲା ବୋଝେଇ ଟ୍ରକ ଧକ୍କା ଦେଇଥିଲା । ଏହାର ଆପସ ବୁଝାମଣା ପରେ କ୍ଷତିପୂରଣ ରାଶି ପ୍ରଦାନ କରାଯାଇଥିଲା । ପୁଣି ଅପରାହ୍ନ ୬ ଘଟିକା ସମୟରେ ମାରୋତି ଅଲଟୋ କାର କୁ ଏକ ଟ୍ରକ ଧକ୍କା ଦେଇଥିଲା ଯାହା ଫଳରେ କାର ସାମ୍ନା ଭାଗ ଟି କ୍ଷତି ହେବା ସହ ଅଳ୍ପକେ ଚାଳକ ବର୍ତ୍ତି ଯାଇଛନ୍ତି । ନାଲକୋ ସିପିପି ଛକରେ ଗତ କାଲି ଟ୍ରକ ଧକ୍କାରେ ସ୍କୁଟି ଆରୋହୀ ମହିଳା ଆହତ ହୋଇଥିଲେ । ୭୨ଘଣ୍ଟା ଭିତରେ ୬ଟି ଗାଡି ଦୃଘଟଣା ହୋଇଥିବା ସୂଚନା । ନାଲକୋ ଥାନା ପକ୍ଷରୁ ଦୁଇ ଜଣ ହୋମ ଗାର୍ଡ ଓ ନାଲକୋ କାରଖାନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ଦୁଇ ଜଣ ଆଇ.ଏସ.ଏସ ସୁରକ୍ଷା କର୍ମୀ ସୁରକ୍ଷା ଦାୟିତ୍ୱ ରେ ଥିବା ବେଳେ କିପରି ଦୃଘଟଣା ପୁନରାବୃତ୍ତି ଘଟୁଛି ତାହା ଏକ ବଡ଼ ପ୍ରଶ୍ନ । ଏଠି କହିବା କାହାକୁ ଶୁଣିବ କିଏ ? ନାଲକୋ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଓ ନାଲକୋ କାରଖାନା ଦକ୍ଷ ସୁରକ୍ଷା କର୍ମୀଙ୍କୁ ନିଯୋଜିତ କରାଯିବାକୁ ସାଧାରଣରେ ଦାବି ଜୋର ଧରିଛି ।

Recent Post

Live Cricket Update