ମହିମା ଗାଦିରେ ବୃକ୍ଷ ରୋପଣ କଲେ ଜିଲ୍ଲା କଂଗ୍ରେସ କମିଟି ସଭାପତି

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ବନ୍ଦା ପଞ୍ଚାୟତ କୁସୁମଗଡ଼ ଠାରେ ଥିବା ମହିମା ଗାଦିରେ ମାଘ ଚତୁର୍ଦଶୀ ବାର୍ଷିକ ମହୋତ୍ସବ ବା ମହିମା ମେଳା ଅନୁଷ୍ଠିତ ହୋଇଯାଇଛି l ଏହି ମହୋତ୍ସବରେ ଜିଲ୍ଲା କଂଗ୍ରେସ କମିଟି ର ସଭାପତି ବିପ୍ଳବ ଜେନା ଓ ବ୍ଲକ ଯୁବ କଂଗ୍ରେସ ସଭାପତି ରାକେଶ କୁମାର ସାହୁ ଯୋଗଦେଇଥିଲେ l ମାଘ ଚତୁର୍ଦଶୀରେ ମହିମା ମେଳା ବନ୍ଦା ଗ୍ରାମ ପଞ୍ଚାୟତର କୁସୁମ ଗଡ଼ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ମହିମା ମେଳାରେ ଜିଲ୍ଲା କଂଗ୍ରେସ ସଭାପତି ବିପ୍ଳବ ଜେନା ଓ ବ୍ଲକ ଯୁବ କଂଗ୍ରେସ ସଭାପତି ଶ୍ରୀ ରାକେଶ କୁମାର ସାହୁ ଯୋଗଦେଇ ମହିମା ଧର୍ମୀ ସନ୍ଥ ମାନଙ୍କ ଠାରୁ ଆଶ୍ରିବାଦ ଭିକ୍ଷା କରିଥିଲେ l ମେଳାରେ କଂଗ୍ରେସ କମିଟି ପକ୍ଷରୁ ଦିଲ୍ଲୀପ ସାମଲ, ଜଗନ୍ନାଥ ବେହେରା, ଆଦିତ୍ୟ ନାୟକ, ମୀନକେତନ ସାହୁ ପିଣ୍ଟୁ ନାୟକ, ରଞ୍ଜିତ ବିଶ୍ୱାଳ, ସୀତାଂଶୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l ଶ୍ରୀ ଜେନା ଆୟୋଜକ ତଥା ସୁଶାନ୍ତ ବିଶ୍ୱାଳ, ବୈକୁଣ୍ଠ ସାହୁ, ଆନନ୍ଦ ସାହୁ, କାଳିଆ ସାହୁ, ସନ୍ତୋଷ ସାହୁ ଓ ବନ୍ଦା ଗ୍ରାମବାସୀ ମାନଙ୍କୁ ଉତ୍ସାହିତ କରିବା ସହ ମହିମା ଗାଦି ପରିସରରେ ବୃକ୍ଷ ରୋପଣ କରିଥିଲେ।

Recent Post

Live Cricket Update