ନରହନ୍ତା ଦନ୍ତା ହାତୀ ଆକ୍ରମଣ ରେ ୨ ବୃଦ୍ଧାଙ୍କ ମୃତ୍ୟୁ

ନରହନ୍ତା ଦନ୍ତା ହାତୀ ଆକ୍ରମଣ ରେ ୨ ବୃଦ୍ଧାଙ୍କ ମୃତ୍ୟୁ !

ଢେଙ୍କାନାଳ ବନଖଣ୍ଡ ଡିହଡୋଳ
ଫରେଷ୍ଟ ସେକ୍ସନ ରେ ନର ହନ୍ତା ଦନ୍ତା ହାତୀ ଆକ୍ରମଣ ରେ ୨ ଜଣ ବୃଦ୍ଧ ଓ ବୃଦ୍ଧା ଙ୍କ ମୃତ୍ୟୁ ହୋଇଛି |ଜଣେ ବୃଦ୍ଧ ହେଉଛନ୍ତି ଖାଲପାଳ ଗ୍ରାମର ଅଲେଖ ନାୟକ ଓ ଅନ୍ୟ ବୃଦ୍ଧା ଜଣକ ହେଉଛନ୍ତି ପରଜଙ୍ଗ ଗଣ୍ଡତଇଲା ଗ୍ରାମର ବାରି ନାୟକ |
|ସୂଚନା ମୁତାବକ ପ୍ରଥମେ ଖାଲପାଳ ର ଅଲେଖ ନାୟକ ତାଙ୍କ ଘର ପଛ ପାଖ ପୋଖରୀକୁ ଶୌଚ ପାଇଁ ଯାଇଥିବା ବେଳେ ନର ହନ୍ତା ଦନ୍ତା ହାତୀ ଟି ତାଙ୍କୁ ଆକ୍ରମଣ କରିଥିବା ବେଳେ, ପରେ ପରଜଙ୍ଗ ଗଣ୍ଡ ତଇଲା ର ବାରି ନାୟକ ତାଙ୍କ ଘର ପଛ ପାଖ ପଡିଆ କୁ ଶୌଚ ପାଇଁ ଯାଇଥିବା ବେଳେ ହାତୀଟି ଆକ୍ରମଣ କରିଛି |ତେବେ ଘଟଣା ସ୍ଥଳରେ ହିଁ ୨ ଜଣକ ର ମୃତ୍ୟୁ ହୋଇଛି |ସେପଟେ ଏ ନେଇ ବନ ବିଭାଗ ହାତୀ ଗତି ପଥ ଉପରେ ନଜର ରଖିଥିବା ବେଳେ, ହାତୀ ଟି ଏବେ ବାରବାଙ୍କ ସରଂକ୍ଷିତ ଜଙ୍ଗଲ ରେ ଥିବା ବନ ବିଭାଗ ସୂଚନା ଦେଇଛି |ସେପଟେ ହାତୀ ଆକ୍ରମଣ ଗୋଟିଏ ଦିନରେ ୨ ଜଣ ଙ୍କ ମୃତ୍ୟୁ କୁ ନେଇ ଭୟଭୀତ ଅଛନ୍ତି ଅଞ୍ଚଳବାସୀ | ସେହିଭଳି ଗତ ଗୁରୁବାର ରାତିରେ ଏକ ଦନ୍ତାହାତୀ କାମାକ୍ଷାନଗର ସହର ମଧ୍ୟରେ ପଶି ଉତ୍ପାତ ମଚେଇ ଥଲା। ଫଳରେ ସହରବାସୀ ଏକରକମ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଢେଙ୍କାନାଳ ଜିଲ୍ଲା ରୁ ସୁଶାନ୍ତ ମହାପାତ୍ର ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିୟୁଜ !

Recent Post

Live Cricket Update