ବ୍ରହ୍ମକୁମାରୀ କାମାକ୍ଷାନଗର ଶାଖା ର ରୌପ୍ୟଜୟନ୍ତୀ ପାଳନ

ବ୍ରହ୍ମକୁମାରୀ କାମାକ୍ଷାନଗର ଶାଖା ର ରୌପ୍ୟଜୟନ୍ତୀ ପାଳନ !

ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ରେ ଚାହୁଁ ଚାହୁଁ ପଚିଶ ବର୍ଷରେ ପଦାର୍ପଣ
କରିଥିବା ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ବରୀୟ ବିଶ୍ବ ବିଦ୍ୟାଳୟ କାମାକ୍ଷାନଗର ଶାଖାର ରୌପ୍ୟ ଜୟନ୍ତୀପାଳିତ
ହୋଇଛି !କାମାକ୍ଷାନଗର ଶାଖା ର ମୂଖ୍ୟ ସଂଚାଳିକା
ପ୍ରଭା ଭଉଣୀ, ଶଖୀ ଭଉଣୀ ଙ୍କ ନେତୃତ୍ବରେ ମାଉଣ୍ଟ ଆବୁର
ଉଷା ଭଉଣୀ,ଓ ଭୂବନେଶ୍ବର ର ଲୀନା ଭଉଣୀମୂଖ୍ୟ
ଅତିଥିଭାବେ ଯୋଗ ଦେଉଥିଲେ। ସମ୍ମାନିତ ଅତିଥିଭାବେ
ଢେଙ୍କାନାଳ ସାସଂଦ ମହେଶ ଚନ୍ଦ୍ର ସାହୁ , ଜିଲ୍ଲାପାଳ ସରୋଜ କୁମାର ସେଠୀ,ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ ,ଯୋଗ ଦେଇଥିଲେ !କାମାକ୍ଷାନଗର ଉପଖଣ୍ଡ
ର ସମସ୍ତ କେନ୍ଦ୍ର ବ୍ରହ୍ମକୁମାରୀ ଭଉଣୀ ,ସହ ସମ୍ବଲପୁର
ପାଲ୍ଲଲହଡା ତାଳଚେରରୁ ବ୍ରହ୍ମକୁମାର ଓ ଭଉଣୀମାନେ
ଥାଇ ,ନିମନ୍ତ୍ରିତ ଅତିଥିମାନେ ଦ୍ବିପ ପ୍ରଜଳନ କେକ୍ କାଟି
ଥିଲେ !କୁନିକୁନି କଳାକାର ବିଭିନ୍ନ ନୃତ୍ୟ ପ୍ରଦର୍ଶନ ସହ
ସମ୍ବଲପୁରୀ ନୃତ୍ୟ କରିଥିଲେ,ଶାନ୍ତି ଶୃଙ୍ଖଳାର ସହ କାଯ୍ୟକ୍ରମ ଶେଷ ହେବାରେସମସ୍ତେ ବ୍ରହ୍ମାଭୋଜନ କରିଥିଲେ !ଚାହୁଁ ଚାହୁଁ
ବଣ ଜଙ୍ଗଲ ଘେରା ଜାଗା କୁ ପରିସ୍କାର କରି ନିଜର ଉଦ୍ୟମ ଜାରି ରଖିଏକ ସୁନ୍ଦର ମନ୍ଦିରନିର୍ମାଣ ହୋଇଥିବାରେ ବିଭିନ୍ନ କେନ୍ଦ୍ର ତରଫରୁ ସଂଚାଳିକା ପ୍ରଭା
ଭଉଣୀଙ୍କୁ ବିଭିନ୍ନ ପ୍ରକାର ଉପହାର ପ୍ରଦାନ କରିଥିଲେ।
ଢେଙ୍କାନାଳ ଜିଲ୍ଲା ରୁ ସୁଶାନ୍ତ ମହାପାତ୍ର ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିୟୁଜ !

Recent Post

Live Cricket Update