Search
Close this search box.

ମୋରମ ନିଲାମକୁ ବାତିଲ୍ ନିମନ୍ତେ ଜିଲ୍ଲାପାଳଙ୍କୁ ଅନୁରୋଧ

ମୋରମ ନିଲାମକୁ ବାତିଲ୍ ନିମନ୍ତେ ଜିଲ୍ଲାପାଳଙ୍କୁ ଅନୁରୋଧ

ଢେଙ୍କାନାଳ , ତା.୨୧.୦୧.୨୦୨୩- ଅଦ୍ୟ ଢେଙ୍କାନାଳ ସଦର ବ୍ଲକ୍‌ ଅନ୍ତର୍ଗତ ପାମାଳ ଗ୍ରାମର ଅଧିବାସୀମାନେ ମୋରମ ଖଣି ନିଲାମ ବାତିଲ୍ ନିମନ୍ତେ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିଛନ୍ତି । ପ୍ରକାଶଥାଉକି , ଗତ ୩୦ବର୍ଷ ହେବ ଗ୍ରାମବାସୀମାନେ ମୌଜା – ଶଙ୍କରପୁର , ଖାତା ନଂ – ୧୩୨୧ , ପ୍ଲଟ – ୫୯୬୨ରେ ଥିବା ପ୍ରାୟ ୩୫୦୦ କାଜୁ , ଆମ୍ବ ଓ ପଣଶ ବଗିଚାରୁ ଯେଉଁ ଅର୍ଥ ଉପାର୍ଜନ ହୁଏ ତାହା ଗ୍ରାମଦେବତା ଙ୍କ ପୂଜାର୍ଚ୍ଚନା ନିମନ୍ତେ ଖର୍ଚ୍ଚ କରାଯାଏ । ଏହା ପଂଚାୟତରେ ରେଜୁଲେସନ୍ କରାଯାଇ ୧୯୮୫ – ୮୬ ମସିହାରେ ଗ୍ରାମବାସୀଙ୍କୁ ହସ୍ତାନ୍ତର କରିଯାଇଅଛି । ବିନା ଗ୍ରାମସଭା ବା ବୈଠକରେ ଉକ୍ତ କାଜୁ , ଆମ୍ବ ଓ ପଣସ ବଗିଚା ଥିବା ଜାଗାକୁ ମୋରମ ନେବା ପାଇଁ ନିଲାମ୍ ଦେଇଛନ୍ତି । ତେଣୁ ଗ୍ରାମବାସୀମାନେ ଉକ୍ତ ନିଲାମକୁ ବାତିଲ୍ କରିବା ପାଇଁ ଜିଲ୍ଲାପାଳଙ୍କ ପାଖରେ ଲିଖିତ ଭାବେ ଦାବୀ ଜଣାଇଛନ୍ତି । ଏହି ଦାବୀ ପ୍ରଦାନ ବେଳେ ସୁଶିଲ୍ କୁମାର ରାଉତ , ପ୍ରମୋଦ ସାହୁ , ସୂର୍ଯ୍ୟମଣି ସାହୁ , ବିଜୟ କୁମାର ରାଉତ , ଜଗବନ୍ଧୁ ବେହେରା , ୱର୍ଡ ମେମ୍ବର ପଙ୍କଜ ପ୍ରଧାନ , ନିର୍ମଳ ରାଉତ , ବିନୋଦିନୀ ବେହେରାଙ୍କ ସମେତ ବହୁ ଗ୍ରାମବାସୀ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଉଦୟନାଥ ମହାପାତ୍ରଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି ।

Recent Post

Live Cricket Update

× How can I help you?