ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ, ଜଣେ ଗିରଫ

ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ, ଜଣେ ଗିରଫ |

ଢେଙ୍କାନାଳ ଜିଲ୍ଲା କାମାକ୍ଷା ନଗର ଥାନା କଲେଜ ବାଇପାସ ନିକଟରେ ପୋଲିସ ର ସ୍ୱତନ୍ତ୍ର ଚଢ଼ାଉ, ଚଢ଼ାଉରେ ଲକ୍ଷଧିକ ଟଙ୍କାର ବ୍ରାଉନ ସୁଗାର ଜବତ ସହ ଜଣକୁ ଗିରଫ କରିଛି ପୋଲିସ |ସୂଚନା ମୁତାବକ ଗିରଫ ବ୍ୟକ୍ତି ଜଣକ ହେଉଛନ୍ତି କାମାକ୍ଷାନଗର ମୁଣ୍ଡି ଦେଉଳି ଗ୍ରାମର ରଞ୍ଜନ କୁମାର ବେହେରା ଓରଫ ବୁଦୁରିା।
ରଞ୍ଜନ କାମାକ୍ଷାନଗର ମହାବିଦ୍ୟାଳୟ ନିକଟ ବାଇପାସ ରେ ବେପାର ଉଦେଶ୍ୟରେ ଠିଆ ହୋଇଥିବା ବେଳେ ବିଶେଷ ସୁତ୍ରରୁ ଖବର ପାଇ ଢେଙ୍କାନଳ ସ୍ପେସାଲ ସ୍କ୍ବାର୍ଡ ଓ କାମାକ୍ଷାନଗର ପୋଲିସ ମିଳିତରେ ମାଡିବସିଲେ |ତେବେ ତାଙ୍କଠାରୁ ୨୪ଗ୍ରାମ ୩୫୦ମିଲିଗ୍ରାମ ବ୍ରାଉନ ସୁଗାର, ଗୋଟିଏ ବୁଲେଟ ଗାଡି,ଗୋଟିଏ ମୋବାଇଲ, ସହ ୩ହଜାର ଟଙ୍କା ଜବତ କରିଛି | କିଛି ଦିନି ତଳେ ରଞ୍ଜନର ମା ବ୍ରାଉନସୁଗାର ବ୍ୟବସାୟରେ ଧରାପଡି ଜେଲରେ ଥିଲେ। ଦିର୍ଘ ୬ ମାସ ହେବ ରଞ୍ଜନ ବ୍ରାଉନସୁଗାର ବ୍ୟବସାୟ କରିଥିବା ପୋଲିସ ନଜରରେ ଥିଲା। ଆଜି ସକାଳେ ଜିଲ୍ଲା ଏସ୍ପିଙ୍କ ନିର୍ଦେଶ କ୍ରମେ ଢେଙ୍କାନାଳର ସ୍ୱତନ୍ତ୍ର ଟିମ ଓ କାମାକ୍ଷାନଗର ପୋଲିସର ମିଳିତରେ ଏହି ଚଢ଼ାଉ କରିଥିବା ଢେଙ୍କାନାଳ ସଦର ଏସ୍ଡିପିଓ ସୂର୍ଯ୍ୟମଣି ପ୍ରଧାନ ସାମ୍ବାଦିକ ସମ୍ମିଳନିରେ ସୂଚନା ଦେଇଛନ୍ତି |
ଢେଙ୍କାନାଳ ଜିଲ୍ଲା ରୁ ସୁଶାନ୍ତ ମହାପାତ୍ର ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିୟୁଜ !

Recent Post

Live Cricket Update