ସ୍କର୍ପିଓ ଦୁର୍ଘଟଣାଗ୍ରସ୍ତ ୫ ଗୁରୁତ୍ତର
ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ମାଧିଆମୁଣ୍ଡା ଗ୍ରାମ ନିକଟରେ ଗତକାଲି ରାତିରେ ଏକ୍ ସଡକ ଦୁର୍ଘଟଣା ଘଟିଯାଇଛି। ଏକ ସ୍କର୍ପିଓ ସିଜି – ୩୦ଡି – ୩୬୬୨ ନମ୍ବର ଗାଡି ଭାରସାମ୍ଯ ହରାଇ ଏକ ଗଛରେ ଧକ୍କା ଦେଇଥିଲା ଯାହାଦ୍ୱାରା ଗାଡିଟି ଚୂରମାର ହୋଇଯାଇଛି। ଗାଡିରେ ଚାଳକ ସମେତ ୫ ଜଣଙ୍କ ଅବସ୍ଥା ଗୁରୁତ୍ତର ଥିବା ସୂଚନା ମିଳିଛି। ଗାଡିରେ ତୀର୍ଥଯାତ୍ରୀମାନେ ପୁରୀ ଶ୍ରୀ ଜଗନ୍ନାଥ ଙ୍କୁ ଦର୍ଶନ ଯାଉଥିବା ବେଳେ ଦୁର୍ଘଟଣା ହୋଇଛି।
ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ୫ ଜଣଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ସାହାର୍ଯ୍ୟରେ ଅନଗୁଳ ଜିଲ୍ଲା ମୁଖ୍ୟଚିକିତ୍ସାଳୟ କୁ ପଠାଇଛନ୍ତି। ଘଟଣାସ୍ଥଳରେ ମହୀଧରପୁର୍ ଫାଣ୍ଡିରୁ ପୋଲିସ ପହଞ୍ଚି ସ୍କର୍ପିଓ ଗାଡିକୁ ଜବତ କରି ଦୁର୍ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।