ବୁଢାପଙ୍କ ହାଇସ୍କୁଲ୍ ର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ

ବୁଢାପଙ୍କ ହାଇସ୍କୁଲ୍ ର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ

ଅନୁଗୋଳ – ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବୁଢ଼ାପଙ୍କ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବୁଢ଼ାପଙ୍କ ଗ୍ରାମ ପଞ୍ଚାୟତ ସରପଞ୍ଚ ଝିଲି ବେହେରା ଯୋଗ ଦେଇଥିଲେ। ସେହିପରି ଉଦଯାପନୀ ଉତ୍ସବରେ ବଅଁରପାଳ ଦମକଳ କେନ୍ଦ୍ର ମୁଖ୍ୟ ଅଧିକାରୀ ଶ୍ରୀ କରୁଣା କର ସାମଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ପୋର୍ଟସ ମ୍ୟାନ ସ୍ପିରିଟ ରଖି ନିଜର କ୍ୟାରିଅର ଗଢି ତୋଳିବା ପାଇଁ କହିଥିଲେ । ମୁଖ୍ୟ ବକ୍ତା ଭାବେ ବଅଁରପାଳ ପାଞ୍ଚଗଡ ସୋମନାଥ ସିଂହ ଜଗଦେବ କଲେଜ୍ ଲେକ୍ଚର ସୁଜିତ୍ ପଟ୍ଟନାୟକ ଯୋଗ ଦେଇ ନିଜର ମୂଲ୍ୟବାନ ବକ୍ତବ୍ୟ ପ୍ରଦାନ କରିଥିଲେ। ସେହିପରି ଉଦଯାପନୀ ଉତ୍ସବରେ ସମ୍ମାନିତ ଅତିଥି ଭାବେ ବିନୟ କୁମାର ସିଂହ, ସରପଞ୍ଚ ଝିଲି ବେହେରା, ଯୁବନେତା ଦିବ୍ୟ ରଞ୍ଜନ ସାମଲ, ସାମ୍ବାଦିକ ରାଜେଶ କୁମାର ନାୟକ, ସାମ୍ବାଦିକ ସୁଶୀଲ କୁମାର ଆଇଚ, ସତ୍ୟବାନ ପୃଷ୍ଟି ପ୍ରମୁଖ ମଞ୍ଚାସିନ ଥିଲେ। ଆଜି ଉଦଯାପନୀ ଉତ୍ସବରେ ପୂର୍ବରୁ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ମାନ ପାତ୍ର ସହ ଟ୍ରଫି ସହ ପୁରସ୍କୃତ କରାଯାଇଥିଲା। ଆଜିର ଏହି କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷକ ଶିଶିର କୁମାର ପାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ, କ୍ରୀଡା ଶିକ୍ଷକ ପ୍ରକାଶ କୁମାର ନାୟକ, ଶିକ୍ଷକ ବିନୟ କୁମାର ମାଝୀ, ଶିକ୍ଷକ ସୁଜାତା ସାମଲ ଓ ଅନ୍ୟ ସହଯୋଗୀ ଶିକ୍ଷକ ଏବଂ ଷ୍ଟାଫ୍ ମାନେ ସହଯୋଗ କରିଥିଲେ।

Recent Post

Live Cricket Update