ଜୈନ୍‌ ମିତ୍ର ମଣ୍ଡଳ ଓ ଉଦୟନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର

ଜୈନ୍‌ ମିତ୍ର ମଣ୍ଡଳ ଓ ଉଦୟନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର

କଟକ ଜିଲ୍ଲା ଟାଙ୍ଗୀ- ଚୌଦ୍ଵାର ବ୍ଲକ ଅନ୍ତର୍ଗତ ଜୈନ୍ ମନ୍ଦିର, ହନୁମାନ ପେଟ୍ରୋଲ ପମ୍ପ ନିକଟ ମଙ୍ଗୁଳି ଠାରେ ଜାନୁଆରୀ ୨୨ ତାରିଖ ରବିବାର ଦିନ ସକାଳ ୧୦ ଘଟିକା ଠାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ଚକ୍ଷୁ ଚିକିତ୍ସାଳୟ ଜୈନ୍‌ ମିତ୍ର ମଣ୍ଡଳ ଏବଂ ଉଦୟନାଥ ଚାରିଟେବୁଲ ଟ୍ରଷ୍ଟ ଆନୁକୁଲ୍ୟରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ର ଆୟୋଜନ କରାଯାଇଥିଲା । ସୌଜନ – ଜନସନ ଟାଇଲି ର ପ୍ରୋପାଏଟର ସୁନିଲ କୁମାର କୋଠାର, ଚିକିତ୍ସାଳୟ ଆସିଥିବା ହସ୍ପିଟାଲ ଉନ୍ନୟନ ଅଧିକାରୀ ଜାହିର ଉଦ୍ଧିଷ୍ଟ ଶାହା, ଚକ୍ଷୁ ଚିକିତ୍ସକ ଶାନ୍ତିଲତା ମହାନ୍ତି ଙ୍କ ସହ ତାଙ୍କ ସହଯୋଗୀ ଶିବିରରେ କର୍ମରତ ଥିଲେ। ଚକ୍ଷୁ ପରୀକ୍ଷା ପାଇଁ ୧୦୦ରୁ ଉର୍ଦ୍ଧ ଜଣ ନାମ ପଞ୍ଜିକରଣ କରିଥିଲେ। 13 ଜଣଙ୍କୁ ମୋଡିଆବିନ୍ଦୁ ଚିହ୍ନଟ କରି ମାଗଣା ଅସ୍ତ୍ରୋପଚାର ପାଇଁ ମେଡିକାଲକୁ ଆମ୍ବୁଲାନ୍ସ ଗାଡି ଯୋଗେ ପଠାଯାଇଥିଲା। ଏହି କାର୍ଯ୍ୟକ୍ରମରେ ..ଅର୍ଜୁନ, ପୁପୁନ୍‌, ଶିଶିର ରଂଜନ , ସନ୍ତୋଷ, ଦିଲ୍ଲୀପ,ଅକ୍ଷୟ, ପ୍ରମୁଖ ଉପସ୍ଥିତ ଥିଲେ।

ଚୌଦ୍ୱାର ରୁ ପବିତ୍ର କୁମାର ମହାନ୍ତି ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିୟୁଜ ।

Recent Post

Live Cricket Update