ଷ୍ଟେଟ ବ୍ୟାଙ୍କ ପେନସନର୍ସ ଆସୋସିଏସନ ର ଜେନେରାଲ ବଡି ମିଟିଂ ଅନୁଷ୍ଠିତ

ଷ୍ଟେଟ ବ୍ୟାଙ୍କ ପେନସନର୍ସ ଆସୋସିଏସନ ର ଜେନେରାଲ ବଡି ମିଟିଂ ଅନୁଷ୍ଠିତ

ଭୁବନେଶ୍ୱର, ଆଜି ସ୍ଥାନୀୟ ଇନ୍ଷ୍ଟିଚ୍ୟୁଟ ଅଫ ଇଞ୍ଜିନିଅର ଭବନ ଠାରେ ଷ୍ଟେଟ ବ୍ୟାଙ୍କ ଅବସର ପ୍ରାପ୍ତ କର୍ମଚାରୀ ମାନଙ୍କର ସାଧାରଣ ପରିଷଦ ମିଟିଂ ଅନୁଷ୍ଠିତ ହୋଇ ଯାଇଛି. ଏହି ବୈଠକ ରେ ସାରା ରାଜ୍ୟରୁ ପେନସନ ପାଉଥିବା ବ୍ୟାଙ୍କ ଅଧିକାରୀ ମାନେ ଉପସ୍ଥିତ ଥିଲେ. ସାରା ଓଡ଼ିଶାରେ 4ହଜାରରୁ ଅଧିକ ପେନସନ ପାଉଥିବା ଅବସର ପ୍ରାପ୍ତ ଷ୍ଟେଟ ବ୍ୟାଙ୍କ କର୍ମଚାରୀ ମାନେ ଅଛନ୍ତି, ଆଜି 5ସହ ରୁ ଅଧିକ ପେନସନର୍ସ ମାନେ ଆସିଛନ୍ତି, ବହୁତ ଉତ୍ସାହର ସହ ମିଟିଂ ଚାଲିଛି, ଆମେ ଆମର ସମସ୍ତ ଅସୁବିଧା ବିଷୟରେ ଆଲୋଚନା କରିବୁ, କୋଭିଡ ପାଣ୍ଡେମିକ ଯୋଗୁ ଆମର ଜେନେରାଲ ବୋଡି ମିଟିଂ ତିନି ବର୍ଷ ଧରି ହୋଇ ପାରି ନଥିଲା. ଆଜି ବୈଠକ ରେ ସମସ୍ତେ ଯୋଗଦେଇ ବହୁତ ଖୁସି ବୋଲି କହିଛନ୍ତି ଅଲ ଓଡିଶା ଷ୍ଟେଟ ବ୍ୟାଙ୍କ ରିଟାର୍ଡ଼ କର୍ମଚାରୀ ପେନସନର୍ସ ଆସୋସିଏସନ ର ଉପ ସଭାପତି ଅଜୟ କୁମାର ସାମଲ. ସେହିପରି ଆମ ପେନସନର୍ସ ମାନଙ୍କର ଜେନେରାଲ ବଡ଼ି ମିଟିଂ ଆଜି ପୁଣି କୋଭିଡ ପରେ ଆରମ୍ଭ ହୋଇଛି. ପ୍ରତି ବର୍ଷ ହବା କଥା କିନ୍ତୁ କୋଭିଡ ପାଇଁ ବନ୍ଦ ଥିଲା. ଆମର ବହୁତ ସଂଗଠନ ଅଛି. ଏସସି, ଏସଟି ସଂଗଠନ, ଅଫିସର ଆସୋସିଏସନ, କର୍ମଚାରୀ ସଙ୍ଘ ଏମିତି ବହୁତ ସଂଗଠନ ଅଛି, ବହୁତ ସମସ୍ୟା ବି ଅଛି. ସେସବୁ ବିଷୟରେ ଆଲୋଚନା ହେବାକୁ ଏକାଠି ହୋଇଛୁ. ମୁଖ୍ୟ ସମସ୍ୟା ହେଲା ହେଲଥ ଇନ୍ସୁରାନ୍ସ, ପେନସନ ଅପ ଗ୍ରେଡେସନ, ପେନସନ ଉପଟୁଡେଟ,ଡାଇଗନୋସ୍ଟିକ କେନ୍ଦ୍ର ପ୍ରତିଷ୍ଠା ଭଳି ଅନେକ ସମସ୍ୟା ବିଷୟରେ ଆଲୋଚନା କରି ସମାଧାନ ରାସ୍ତା ବାହାର କରିବୁ ବୋଲି କହିଛନ୍ତି ସଂଘର ସାଧାରଣ ସମ୍ପାଦକ ଉପେନ୍ଦ୍ର କୁମାର ଦାସ.
ଭୁବନେଶ୍ୱର ରୁ ପ୍ରଭାକର ବିଶ୍ୱାଳଙ୍କ ରିପୋର୍ଟ

Recent Post

Live Cricket Update