ଗ୍ରାମ୍ୟ ସମ୍ବଳ କର୍ମୀ ବୈଠକ

ଗ୍ରାମ୍ୟ ସମ୍ବଳ କର୍ମୀ ବୈଠକ

ଢେଙ୍କାନାଳ , ୨୨.୦୧.୨୦୨୩ : ଢେଙ୍କାନାଳ ଜିଲ୍ଲା ଗ୍ରାମ୍ୟ ସମ୍ବଳ କର୍ମୀ ( ଭି.ଆର.ପି. ) ମାନଙ୍କର ଏକ ଜିଲ୍ଲା ସ୍ତରୀୟ ବୈଠକ ସ୍ଥାନୀୟ ବଳରାମ ମନ୍ଦିର ପ୍ରାଙ୍ଗଣରେ ସଭାନେତ୍ରୀ ସୁଲୋଚନା ସାହୁ ଓ ସମ୍ପାଦିକା କୁମୁଦିନୀ ସାମଲଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ୮ଗୋଟି ବ୍ଲକ୍‌ର ବ୍ଲକ୍ ସଭାପତି ଓ ସମ୍ପାଦିକାମାନେ ଉପସ୍ଥିତ ଓ ତତ୍ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ସଂପର୍କରେ ବିଷଦ ଆଲୋଚନା କରିଥିଲେ । ସମସ୍ତ ବ୍ଲକ୍ ସ୍ତରରେ ଭି.ଆର୍.ପି. ସଂଘଙ୍କୁ ମଜଭୁତ୍ କରାଯିବାକୁ ମଧ୍ୟ ଆଲୋଚନା କରାଗଲା । ଓଡାପଡା ବ୍ଲକ୍‌ର ସଭାନେତ୍ରୀ କୁମୁଦିନୀ ସାମଲ , ସଂପାଦିକା ସୁମିତ୍ରା ସାହୁ , ଭୁବନ ବ୍ଲକ୍‌ର ସଭାନେତ୍ରୀ ଖୁଲଣା ପରିଡା , ସଂପାଦିକା ଝିଲ୍ଲି ପରିଡା , ହିନ୍ଦୋଳ ବ୍ଲକ୍‌ର ସଭାନେତ୍ରୀ ଶକୁନ୍ତଳା ଅମାନ୍ତ , କାମାକ୍ଷାନଗର ବ୍ଲକ୍‌ର ସଭାନେତ୍ରୀ ଅଞ୍ଜଳି ବାରିକ୍ , ସଂପାଦିକା ଦୀପାରାଣୀ ପାର , ଗଁଦିଆ ବ୍ଲକ୍‌ର ସଭାନେତ୍ରୀ ମମତା ଦେହୁରୀ , ସମ୍ପାଦିକା ଦେବକୀ ମଲ୍ଲିକ , ପର୍ଜଙ୍ଗ ବ୍ଲକ୍‌ର ସଭାନେତ୍ରୀ ପ୍ରେମଲତା ଭୁତିଆ , ସମ୍ପାଦିକା ସୀମାରାଣୀ ବେହେରା , ସମ୍ପାଦିକା ସସ୍ମିତା ପାଣି ପ୍ରମୁଖ ଉପସ୍ଥିତ ଥିଲେ । ପରିଶେଷରେ ସଦର ବ୍ଲକ୍‌ର ଭି.ଆର୍.ପି. ସସ୍ମିତା ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Recent Post

Live Cricket Update