



ଶାଳଗାଁ ପଞ୍ଚାୟତରେ ଅସହାୟଙ୍କୁ ଶୀତବସ୍ତ୍ର ବଣ୍ଟନ।
ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ତଥା ସାଲେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶାଳଗାଁ ପଞ୍ଚାୟତର ଖାଇପଡ଼ିଆ ଗ୍ରାମରେ ଯୁବ ସମାଜସେବୀ ତଥା ବିଜେଡି ସଙ୍ଗଠକ ହିମାଂଶୁ କୁମାର ମହାନ୍ତିଙ୍କ ପକ୍ଷରୁ ଶୀତବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ବିଜେଡି ସଙ୍ଗଠକ ବେଣୁଧର ଦାସ୍ ଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ସମାଜସେବୀ ଶ୍ରୀ ମହାନ୍ତି ଶାଳଗାଁ ପଞ୍ଚାୟତର ୧୫୦ ରୁ ଉର୍ଦ୍ଧ୍ବ ଗରିବ ଓ ନିରଶ୍ରୟଙ୍କୁ ଶୀତବସ୍ତ୍ର ପ୍ରଦାନ କରିଥିଲେ। ସମାଜସେବୀ କୃପାସିନ୍ଧୁ ଦାସ୍, ବେଣୁଧର ଦାସ୍ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଅଜୟ ଜେନା, ମଧୁ ସୁଦନ ବାରିକ୍ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ କଟକ ଜିଲ୍ଲା ବିଜେଡି ସମ୍ପାଦକ ନିହାର ରଞ୍ଜନ ମଲ୍ଲିକ୍, ବରିଷ୍ଠ ବିଜେଡି ସଙ୍ଗଠକ ଅଶୋକ ବାଇ, ପୂର୍ବତନ ସରପଞ୍ଚ ପ୍ରଶାନ୍ତ କୁମାର ସାହୁ, ଦୀପକ କୁମାର ପଣ୍ଡା, ତ୍ରିଲୋଚନ ବେହେରା, ଦେବାଶିଷ ମଲ୍ଲିକ୍, ସମୀର କୁମାର ଖିଲାର, ଜଗଦୀଶ ଆଚାର୍ଯ୍ୟ, ଶସିକାନ୍ତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ସ୍ଥାନୀୟ ସଙ୍ଗଠକ ମନୋଜ ରାଉତ, କୃଷ୍ଣଚନ୍ଦ୍ର ବେହେରା, ବୀରବର ବେହେରା, ପ୍ରଦୀପ୍ତ କୁମାର ସେଠୀ, ବିଷ୍ଣୁ ପ୍ରସାଦ ରାଉତ, ଅଭିଷେକ କାନୁନଗୋ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
ଚୌଦ୍ଵାର ରୁ ପବିତ୍ର କୁମାର ମହାନ୍ତିଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନିୟୁଜ।