



ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ବିଷୟ____ ବିଂଝାରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦଶରଥପୁର ବ୍ଳକର ଚାରୋଟି ପଞ୍ଚାୟତର ବହୁଦିନରୁ ଦାବି ହୋଇଆସୁଥିବା ବିରିପଟା,ଥାଲକୁଡି,ଯାଫରପୁର ଓ ପାଲଟପୁର ,ପଞ୍ଚାୟତର ଦୁଃଖ ଏବେ ପୁରଣ ହେବାକୁ ଯାଉଛି ଆସନ୍ତା ୨୪ ତାରିଖ ଦିନ ବଡକୁଆଲ ରୁ ମଙ୍ଗଳପୁର ଭାୟାବିରିପଟା ରାସ୍ତାର ଦୁଇ ପାଶ୍ଵର ପ୍ରଶସ୍ତିକରଣ ପାଇଁ ଶୁଭ ଶିଳାନ୍ୟାସ କରିବେ ଲୋକଙ୍କ ଦୁଃଖ ସୁଖର ସାହା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲୀକ ।ସେଥିପାଇଁ ଆଜି ଏକ ପ୍ରସ୍ତୁତି ବୈଠକ ବିରିପଟା ପଞାୟତ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ପୃର୍ବତନ ସରପଞ ଚିତ୍ତରଞ୍ଜନ ନାୟକ,ମନୋରଞ୍ଜନ ଦାଶ,ରମେଶ ରାଉତ,ପୃର୍ବତନ ଜିଲ୍ଲାପରିଷଦ ସଭ୍ୟ ସଞ୍ଜିବ ସାମଲ ,ପର୍ଯ୍ୟବେକ୍ଷକ ହିମାଂଶୁ ପରିଡା ,ମହେଶ୍ଵର ଜେନା ,ତପନ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।
ଯାଜପୁରରୁ ସରୋଜ ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ