



ନେତାଜୀ ଜୟନ୍ତୀ ପାଳିତ
ଅଦ୍ଯ ତା ୨୩.୦୧.୨୦୨୩ସୋମବାରେ ଢେଙ୍କାନାଳ ଜିଲ୍ଲାର ପୈ।ରାଞ୍ଚଳରେ ଅବସ୍ଥିତ ଡଃ ଦାଶରଥି ମିଶ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ତଥା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଦିବସ ଉପଲକ୍ଷେ ଏକ ସଭାର ଆୟୋଜନ କରାଯାଇ ବୀର ଦ୍ବୟ ଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଏହି ସଭାରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଅଞ୍ଜନା ମିଶ୍ର ସଭାପତିତ୍ବ କରି ଥିଲେ। ଏହି ସଭାରେ ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ବିଶିଷ୍ଟ ସମାଜସେବୀ ଡଃ ଭବାନୀ ଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସୁଭାଷ ବୋଷଙ୍କ ଦେଶ ପ୍ରେମ ଓ ତ୍ୟାଗ ବିଷୟରେ ପିଲାମାନଙ୍କୁ ଅବଗତ କରାଇଥିଲେ। ପିଲା ମାନଙ୍କ ତରଫରୁ ସମ୍ବିତ ସେନାପତି ନେତାଜୀ ଙ୍କ ଉପରେ ଭାଷଣ ଦେଇଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମିଶ୍ର ନିଜ ବକ୍ତବ୍ୟ ରଖି ଦେଶ ରସେବା କୁ ଗୁରୁତ୍ବ ଦେବା ପାଇଁ ପିଲାମାନଙ୍କୁ ଆହ୍ବାନ ଦେଇଥିଲେ।।ଶିକ୍ଷକ ଶ୍ରୀ ଅଶୋକ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ପରିଚାଳନା କମିଟି ର ସଭ୍ଯ ତଥା ଅବସରପ୍ରାପ୍ତ ଲ ଆ ସି ଅଫିସର ଶ୍ରୀ ରବୀନ୍ଦ୍ର ମଲ୍ଲିକ ଶିକ୍ଷକ ଶ୍ରୀ ରସାନନ୍ଦ ପ୍ରଧାନ ଜିତେନ୍ଦ୍ର ମିଶ୍ର ପ୍ରଦୀପ ସାହୁ ସଂଗ୍ରାମ ସ୍ବାଇଁ ପ୍ରଭୃତି ଉପସ୍ଥିତ ଥିଲେ।