ମେଲଭିନ ଜୋନ୍ସ ଆଇ ହସ୍ପିଟାଲ ର ଉଦଘାଟନ ଉତ୍ସବ

ମେଲଭିନ ଜୋନ୍ସ ଆଇ ହସ୍ପିଟାଲ ର ଉଦଘାଟନ ଉତ୍ସବ

କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ୱାର ସ୍ଥିତ ମଙ୍ଗୁଳି ଠାରେ ଲାଇନ୍ସ କ୍ଲବ ପକ୍ଷ ରୁ ମେଲଭିନ ଜୋନ୍ସ ଆଇ ହସ୍ପିଟାଲ କୁ ଟାଙ୍ଗି ସାଲେପୁର ମାନ୍ୟବର ବିଧାୟକ ପ୍ରଶାନ୍ତ କୁମାର ବେହେରା ଉଦ୍ଘାଟନ କରିଥିଲେ। ଏବଂ ତାଙ୍କ ସହ ଚୌଦ୍ଵାର କଟକ ବିଧାୟକ ସୌଭିକ ବିଶ୍ଵାଳ ଉପସ୍ଥିତ ଥିଲେ। ଉକ୍ତ ଆଇ ହସ୍ପିଟାଲ ତରଫରୁ ପ୍ରଥମେ ଅତିଥି ମାନଙ୍କୁ ଫୁଲତୋଡ଼ା, ଉତ୍ତରୀୟ ଦେଇ ସ୍ବାଗତ କରି ପ୍ରଦୀପ ପ୍ରଜ୍ଜଳନ କରାଯାଇ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଏହି ହସ୍ପିଟାଲ ଟି ମଙ୍ଗୁଳି ରେ ପ୍ରତିଷ୍ଠା ହେବା ସହିତ ଟାଙ୍ଗୀ, ଚୌଦ୍ୱାର, ଜଗତପୁର ଏବଂ ଏହାର ଆଖ ପାଖ ଅଂଚଳ ର ସମସ୍ତ ଜନସାଧାରଣ ମାନଙ୍କ ର ଚକ୍ଷୁ ସମ୍ଭର୍ଦ୍ଧିତ ସମସ୍ତ ଚିକିତ୍ସା ଯୋଗାଇ ଦେବା ସହ ଏକ ମାସ ପର୍ଯ୍ୟନ୍ତ ମାଗଣା ଚିକିତ୍ସା ପ୍ରଦାନ କରାଯିବ ବୋଲି ହସ୍ପିଟାଲ ର ଚେୟାରମ୍ୟାନ ଗଣେଶ ପ୍ରସାଦ କଣ୍ଡେଇ ଉକ୍ତ ସଭାରେ ପ୍ରକାଶ କରିଥିଲେ । ରେଟିନା, ମୋତିଆ ବିନ୍ଦୁ, ଆଦି ର ଚିକିତ୍ସା ଓଡିଶା ସରକାର ଙ୍କ BSKY scheme ମାଧ୍ୟମ ରେ ମାଗଣା ରେ ପ୍ରଦାନ କରାଯିବ l ହସ୍ପିଟାଲ ର କାର୍ଯ୍ୟ କାରୀ ସଭାପତି ମାତାଦିନ ଉଦୟପୁରିଆ, ସି. ଇ. ଓ ବିଶ୍ୱନାଥ ଧନୁକା, ସେକ୍ରେଟାରୀ ରାଜେଶ କୁମାର ଝୁନୁ ଝିନୁ ୱାଲ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଚୌଦ୍ଵାର ପୌର ଅଧ୍ୟକ୍ଷା ଶ୍ରୀମତୀ ମାନସୀ ସ୍ଵର୍ଣ୍ଣ ପ୍ରଭା ସାମଲ, ପୌର ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ , ପାରିଷଦ ସୁବ୍ରତ ସାମଲ ସଭାରେ ଯୋଗ ଦେଇଥିଲେ।

ଚୌଦ୍ଵାର ରୁ ପବିତ୍ର କୁମାର ମହାନ୍ତି ଙ୍କ ରିପୋର୍ଟ୍ ଜାଗ୍ରତ ନିୟୁଜ ।

Recent Post

Live Cricket Update