



ଭୁକ୍ତା ଜନତା ହାଇସ୍କୁଲ୧୯୯୬ ବ୍ଯାଚ ର ବାର୍ଷିକ ଉତ୍ସବ
—————————-
ଅମ୍ବାଭୋନା / ଅମ୍ବାଭୋନାବ୍ଳକ ଅନ୍ତର୍ଗତ ଭୁକ୍ତା ଜେଏଚଏସ ୧୯୯୬ ବ୍ଯାଚ ସଂଗଠନ ଆନୁକୂଲ୍ଯ ରେ ଛତିଶଗଡ ର ଧୋଉଁରାଦରହା ଠାରେ ବାର୍ଷିକ ଉତ୍ସବ ମହାସମାରୋହ ପାଳନ ରେ ମତପ୍ରକାଶ ପାଇଥିଲା। ଏହି ଉତ୍ସବ ରେ ଅଭିମନ୍ୟୁ ଦାସ ଙ୍କ ଅଧ୍ୟକ୍ଷ୍ଯତା ରେ ବରମକେଲା ନଗରପାଳିକା ଅଧ୍ୟକ୍ଷ ହେମସାଗର ପଟେଲ, ଭୋଜରାମ ସାହୁ, ନିତ୍ୟାନନ୍ଦ ସଦାବର୍ତ୍ତୀ, ରାଜା ଚୌଧୁରୀ, ଭୋଜନାଥ ପଟେଲ, ଭୀଷ୍ମ ବିଶି, ହେମସାଗର ପଧାନ, ହେମସାଗର ନାୟକ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗଦାନ କରି ସଂପର୍କ ଓ ଏକତା ମିଳିତ ସହଯୋଗ ରେ ଅସମ୍ଭବ କାର୍ଯ୍ଯ କୁ ସମ୍ଭବ କରି ପାରିଛ ବୋଲି ସମସ୍ତେ ପ୍ରଶଂସା କରିଥିଲେ।ଏହି ଅବସର ରେ ସ୍ବର୍ଗତ ପୁରାତନ ଛାତ୍ର ବନ୍ଧୁ ଲଳିତ ନାୟକ ଓ ସ୍ବର୍ଗତ ପାର୍ବତୀ ପଟେଲ ଉଦ୍ଦେଶ୍ଯ ରେ ଏକ ମିନିଟ ନୀରବ ପ୍ରାର୍ଥାନା କରାଯାଇଥିଲା। ପ୍ରାରମ୍ଭ ରେ ଇପସା ବେହେରା ପ୍ରାରମ୍ଭିକ ନୃତ୍ଯ ଓ ପ୍ରତିମା ସେଠ ପ୍ରାରମ୍ଭିକ ସଂଗୀତ ଏବଂ ହାସ୍ଯ କବି ଗୁରୁଦେବ ଘିଭେଲା ନିଜସ୍ବ ଆବୃତ୍ତିବ୍ଯଙ୍ଗ କବିତା “ତୋର ବାପା କରିଛେ ମୋତେ ପାସ ” ପରିବେଷଣ କରିଥିଲେ। ସହପାଠୀ ପରିବାର କୁ ନେଇ ଶିଶୁ ପୁରୁଷ,ମହିଲା ଙ୍କ ଚୌକି ବସା ପ୍ରତିଯୋଗିତା ଏବଂ ପୁରୁଷ ମହିଲା ଙ୍କ ପାର୍ସିଂ ବଲ ପ୍ରତିଯୋଗିତା ହୋଇଥିଲା। ଏଥିରେ ଚୌକି ବସା ପ୍ରତିଯୋଗିତା ରେ ଶିଶୁ ବିଭାଗ ରେ ପ୍ରଥମ ସ୍ଥାନ ଅଭିଜୀତ ମାଝୀ, ଦ୍ବିତୀୟ ସ୍ଥାନ ବିନିତ ପ୍ରଧାନ, ତୃତୀୟ ସ୍ଥାନ ଆୟୁଷ ସଦାବର୍ତ୍ତୀ। ଚୌକି ବସା ପୁରୁଷ ବିଭାଗ ରେ ପ୍ରଥମ ସ୍ଥାନ ପଦ୍ମଲୋଚନ ପଟେଲ, ଦ୍ବିତୀୟ ସ୍ଥାନ ନିତ୍ୟାନନ୍ଦ ସଦାବର୍ତ୍ତୀ ତୃତୀୟ ସ୍ଥାନ ବସନ ଙ୍କସା ଏବଂ ମହିଲା ବିଭାଗ ରେ ପ୍ରଥମ ସ୍ଥାନ ଉକିଆ ପଧାନ, ଦ୍ବିତୀୟ ସ୍ଥାନ ସୁନିତା ପଟେଲ, ତୃତୀୟ ସ୍ଥାନ ହେମବତୀ ପଟେଲ। ଶିଶୁ ମାନଙ୍କ ଚାମଚ ବାଟି ପ୍ରଥମ ସ୍ଥାନ ସଞ୍ଜିତା ଙ୍କସା,ଦ୍ବିତୀୟ ସ୍ଥାନ ଇପସା ବେହେରା, ତୃତୀୟ ସ୍ଥାନ ଚିନ୍ମୟ ଖମାରୀ। ପୁରୁଷ ଓ ମହିଲା ପାର୍ସିଂ ବଲ ପ୍ରଥମ ସ୍ଥାନ ମମତା ଙ୍କସା ଦ୍ବିତୀୟ ସ୍ଥାନ ଭୂମି ଘିଭେଲା,ତୃତୀୟା ସ୍ଥାନ ସନ୍ତୋଷିନି ସେଠ ପ୍ରମୁଖ କୁ ମଞ୍ଚାସୀନ ଅତିଥି ମାନଙ୍କ ଦ୍ବାରା ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା। ଏହି ଉତ୍ସବ ରେ ରନ୍ଧନକାରୀ ସହଦେବ ପଧାନ,ପ୍ରମୋଦ ମଲ୍ଲିକ ଟ୍ଯାଣ୍ତ ମାଲିକ ଗଙ୍ଗାଧର ଭୋଇ ପ୍ରମୁଖ ଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସ୍ବାଗତ ଭାଷଣ ଓ ବାର୍ଷିକ ବିବରଣୀ ପଠନ ଧନ୍ୟବାଦ ଅର୍ପଣ ଚନ୍ଦ୍ରମଣୀ ବେହେରା, ଅତିଥି ପରିଚୟ ଓ ଅତିଥି ସମ୍ବର୍ଦ୍ଧନା ସଂଗଠନ ର ଆଭିମୁଖ୍ଯ ଫକୀର ପଟେଲ, ପୁରସ୍କାର ବିତରଣ ଓ ମାନପତ୍ର ପ୍ରଦାନ ରେ ସଂଯୋଜନା ପଦ୍ମାଳୟା ଦୁଆନ ସଂଗଠନ ର ବାର୍ଷିକ ଆୟ ବ୍ଯୟ ପଠନ ପଦ୍ମଲୋଚନ ପଟେଲ। ଆସନ୍ତା ୨୦୨୪ ବର୍ଷ ସକାଶେ ସଂଗଠନ ର ସାଂଗଠନିକ କାର୍ଯ୍ୟକ୍ରମ ର ସର୍ବସମ୍ମତ କ୍ରମେ ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା। ବରଗଡ଼ ରୁ ପ୍ରକାଶ ଚନ୍ଦ୍ର ରଥ ଙ୍କ ରିପୋର୍ଟ