ଅନୁଗୋଳ ତରଫରୁ ସୁସ୍ଥ ଅନୁଗୋଳ ଗଠନ ବାର୍ତ୍ତା ପାଇଁ ମାରାଥନ, ସ୍ଵାଗତ କଲେ ଛେଣ୍ଡିପଦା ବିଧାୟକ

ଅନୁଗୋଳ ତରଫରୁ ସୁସ୍ଥ ଅନୁଗୋଳ ଗଠନ ବାର୍ତ୍ତା ପାଇଁ ମାରାଥନ, ସ୍ଵାଗତ କଲେ ଛେଣ୍ଡିପଦା ବିଧାୟକ

ଆମ ଅନୁଗୋଳ Life For Angul , Fight For Angul ସାମାଜିକ ସଙ୍ଗଠନ ତରଫରୁ ଆଜି ସୁସ୍ଥ ଅନୁଗୋଳ, ସବୁଜ ଅନୁଗୋଳ ଓ ପ୍ରଦୂଷଣ ମୁକ୍ତ ଅନୁଗୋଳ ର ବାର୍ତ୍ତା ନେଇ ୧୧ତମ ମାରାଥନ ଆୟୋଜନ କରାଯାଇଥିଲା। ଏହି ମାରାଥନ ଅନୁଗୋଳ ଷ୍ଟାଡିୟମ ଠାରୁ ଆରମ୍ଭ ହୋଇ କଙ୍କରେଇ ପର୍ଯ୍ୟନ୍ତ ଦିର୍ଘ ୧୮ କି.ମି. ହୋଇଥିଲା।ପରିଶେଷରେ କଙ୍କରେଇ ଠାରେ ବନ୍ଧୁମିଳନ କାର୍ଯ୍ୟକ୍ରମ ହୋଇଥିଲା। ଜିଲ୍ଲା ବାସୀ ଙ୍କୁ ଯୋଗ ଓ ପ୍ରାଣାୟନ ମାଧ୍ୟମରେ ସୁସ୍ଥ ଓ ନିରୋଗ ରହିବା ର ବାର୍ତ୍ତାଦେବା ଏହି ମାରାଥନ ର ମୁଖ୍ୟ ଉଦେଶ୍ୟ ଥିଲା। ଏହି ମାରାଥନ କୁ କଙ୍କରେଇ ଠାରେ ସ୍ଵାଗତ କରାଇଥିଲେ ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା। ଏହି ମାରାଥନ ରେ ଅନୁଗୋଳ ସହରର ୧୦୦ ରୁ ଉର୍ଦ୍ଧ୍ବ ବୁଦ୍ଧିଜିବୀ, ବରିଷ୍ଠ ନାଗରିକ ଓ ଯୁବକ ମାନେ ସାମିଲ ହୋଇଥିଲେ | ଶ୍ରୀ ବ୍ରଜବନ୍ଧୁ ସାହୁ ଙ୍କ ତତ୍ତ୍ବାବଧନରେ ଆୟୋଜିତ ଏହି ମାରାଥନ ଓ ବନ୍ଧୁମିଳନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୀ ଭାବେ ବିଧାୟକ ଛେଣ୍ଡିପଦା ସୁଶାନ୍ତ କୁମାର ବେହେରା ସାମିଲ ହୋଇଥିଲେ। ଅନୁଗୋଳ ଷ୍ଟାଡିୟମ ଠାରେ ଏହି ମାରାଥନ କୁ , ଅନୁଗୋଳ ଜିଲ୍ଲା ର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ପ୍ରଧାନ ଶୁଭାରମ୍ଭ କରି ସମସ୍ତ ଙ୍କୁ ଉତ୍ସାହିତ କରିଥିଲେ। ସମ୍ମାନୀତ ଅତିଥୀ ଭାବେ ଓଡିଶା ସରକାର ଙ୍କ ପଞ୍ଚାୟତରାଜ ଓ ପାନୀୟଜଳ ବିଭାଗ ବସୁଧା ର ଉପଦେଷ୍ଟା ଦିନେଶ ପ୍ରଧାନ, ଅନୁଗୋଳ ନଗରପାଳ ଅକ୍ଷୟ କୁମାର ସାମନ୍ତ, ଜିଲ୍ଲା ପରିଷଦ ପ୍ରଦୀପ କୁମାର ସାହୁ ଓ ବରିଷ୍ଠ ଆଇନଜିବୀ ରବନାରାୟଣ ପଟ୍ଟନାୟକ ଏହି ମାରାଥନ ରେ ସାମିଲ ହୋଇଥିଲେ।

Recent Post

Live Cricket Update